
ଗଞାମ, ୧୬ ଏପ୍ରିଲ୍ (ହି.ସ.)-
ଶେରଗଡ ବ୍ଳକର ପିତ୍ତଳ ପଞ୍ଚାୟତରେ ପିତ୍ତଳ ମଣ୍ଡଳ ସ୍ତରୀୟ ଅଷ୍ଟମ ପୋଷଣ ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅଞ୍ଚଳ ପରିଦର୍ଶିକା ସଂଯୁକ୍ତା ପ୍ରଧାନ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ପୋଷଣ ଭିସି ଶିବ ଶଙ୍କର ଆଚାରୀ ମୂଖ୍ୟ ଅତିଥି, ସମିତି ସଭ୍ୟ ଜନାର୍ଦ୍ଦନ ପାତ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇ ପୋଷଣ ପକ୍ଷ ପାଳନର ତାତ୍ପର୍ଯ୍ୟ ଜନ ସାଧାରଣଙ୍କୁ ଅବଗତ କରାଇଥିଲେ। ମା ଓ ଶିଶୁର ପୋଷଣ, ମସ୍ତିଷ୍କର ବିକାଶ ପାଇଁ ପ୍ରାରମ୍ଭିକ ପ୍ରୋତ୍ସାହନ, ପ୍ରାରମ୍ଭିକ ବୟସରେ ଖେଳ ଆଧାରିତ ଶିକ୍ଷା, ଶିଶୁର ସ୍କିନ ଟାଇମ୍ କମ କରିବାରେ ପିତା ମାତା ଓ ଗୋଷ୍ଠୀ ସମୁଦାୟଙ୍କ ଭୂମିକା, ଅଙ୍ଗନବାଡ଼ି କେନ୍ଦ୍ରର ସଶକ୍ତିକରଣ ନିମନ୍ତେ ସାମୁହିକ ସମର୍ଥନ ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା। କର୍ମୀ ମାନଙ୍କ ଦ୍ୱାରା ପୋଷଣ ଯୁକ୍ତ ଖାଦ୍ୟ, ପୋଷଣ ଯୁକ୍ତ ପନିପରିବା ପ୍ରଦର୍ଶନ କରାଯାଇଥିଲା l
ଏହି କାର୍ଯ୍ୟକ୍ରମରେ ମାତୃ କମିଟି, ଯାଞ୍ଚ୍ କମିଟି ଓ ଅଭିଭାବକ ମାନେ ଯୋଗ ଦେଇଥିଲେ। ସେକ୍ଟରର ସମସ୍ତ ଅଙ୍ଗନବାଡ଼ି ଓ ସହାୟିକା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ