
ଭୁବନେଶ୍ୱର, 16 ଏପ୍ରିଲ୍ (ହି.ସ.)- ନବରଙ୍ଗପୁର ଠାରେ ଆୟୋଜିତ ହେଉଥିବା ଜିଲ୍ଲାସ୍ତରୀୟ 'ନାରୀ ଶକ୍ତି ବନ୍ଦନ' କାର୍ଯ୍ୟକ୍ରମରେ
ସାମିଲ ହୋଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ଦେଶରେ ମା'ମାନଙ୍କ ନେତୃତ୍ୱର
ବିକାଶ ପାଇଁ ଏହି ଅଧିନିୟମ ଏକ ଐତିହାସିକ ପଦକ୍ଷେପ ଅଟେ। ଦୀର୍ଘ ୨୭ବର୍ଷର ପ୍ରତୀକ୍ଷା ପରେ ପ୍ରଧାନମନ୍ତ୍ରୀ
ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ଵରେ ଏହା ବାସ୍ତବତାର ରୂପ ନେଇଛି ଏବଂ ସମ୍ମାନ, ସୁରକ୍ଷା ଏବଂ
ସଶକ୍ତିକରଣ ସୁନିଶ୍ଚିତ ଦିଗରେ ଏହା କାର୍ଯ୍ୟ କରୁଛି।
ଏହି ଅବସରରେ ସମସ୍ତଙ୍କୁ ଏହାର ଗୁରୁତ୍ଵ ସମ୍ପର୍କରେ ବୁଝାଇବା ସହ
ବିସ୍ତୃତ ଆଲୋଚନା କରିଛନ୍ତି ମନ୍ତ୍ରୀ। ଆମ ସମସ୍ତଙ୍କ ମିଳିତ ପ୍ରୟାସରେ ହିଁ ମହିଳାଙ୍କ
ନେତୃତ୍ଵରେ ଏକ ସମାବେଶୀ ଲୋକତନ୍ତ୍ର ସୃଷ୍ଟି ହେବ ବୋଲି ମନ୍ତ୍ରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା