
ଘଟଗାଁ ୧୭ ଅପ୍ରିଲ(ହି.ସ) - ଅସାମାଜିକ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ । ସାମ୍ବାଦିକ କୁ ଜୀବନରେ ମାରିଦେବପାଇ ଦେଲେ ଧମକ ଘଷିପୁରା ଥାନାରେ ମାମଲା ହୋଇଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଗତକାଲି ସନ୍ଧ୍ୟା ସମୟରେ ଖବରଦାତା ମନୋଜ ବାରିକ ଙ୍କୁ ତିନି ଜଣ ଯୁବକ ମଦ ଦୋକାନରେ ଚଢ଼ା ଦରରେ ମଦ ବିକ୍ରି ହେଉଥିବା ସମ୍ପର୍କିତ ଖବର ପ୍ରସାରଣ ପାଇଁ ଡାକିଥିଲେ। ସାମ୍ବାଦିକ ଜଣକ ଅଧିକ ଦରରେ ମଦ ବିକ୍ରି ହେଉଥିବା ପ୍ରମାଣ ସମ୍ପୂର୍କ ରେ ତଥ୍ୟ ମାଗିବାରୁ ତିନିଜଣ ଅସାମାଜିକ ଯୁବକ ପଇସା ନେଇ ଖବର ଛାପୁଥିବା ସାମ୍ବାଦିକ ମାନେ ଯେତେବେଳେ ବି ଡାକିଲେ ଖବର ସଂଗ୍ରହ କରିବେ ବୋଲି କହିବା ସହ ଧକ୍କା ମାରି ଗୋଟେ ମଦ ବୋତଲରେ ଜୀବନରେ ମାରିବାକୁ ଉଦ୍ୟମ କରିଥିଲେ। ସେମାନେ ଏକ ଥାର ଗାଡ଼ିରେ ଆସିଥିବା ବେଳେ ଗାଡ଼ି ନମ୍ୱର୍ ଓଡି ୦୨ ଡି ଇ ୧୦୪୧ ବୋଲି ଜଣା ପଡ଼ିଛି । ଉକ୍ତ ଗାଡ଼ିରେ ଜଙ୍ଘାର ଗ୍ରାମର ପରେଶ୍ ଘଡ଼େଇଙ୍କ ସହିତ କିଛି ବ୍ୟକ୍ତି ମଧ୍ୟ ଥିଲେ। ସେମାନେ ନାନାଦି ଅଶ୍ଲିଳ ଭାଷାରେ ଗାଳି ଗୁଲଜ କରୁଥିଲେ ।
ସେତିକିବେଳେ ସାମ୍ବାଦିକ ମନୋଜ ତୁରନ୍ତ ଘସିପୁରା ଥାନା ଅଧିକାରୀଙ୍କୁ ସାହାଯ୍ୟ ପାଇଁ ଫୋନରେ ଜଣାଇଥିଲେ। କିନ୍ତୁ ଦୁଃଖର ବିଷୟ ରାତି ରେ ପୋଟ୍ରୋଲିଙ୍ଗ ଗାଡି ଓ ୧୧୨ ଗାଡି ବିପଦରେ ପଡିଥିବା ଲୋକ ମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଥିବା ବେଳେ ଜଣେ ଥାନା ଅଧିକାରୀ ସାହାଯ୍ୟ ପାଇଁ କାହାକୁ ପଠାଇବା ପରିବର୍ତେ ତୁମେ ଆସି ପ୍ରଥମେ ଥାନାରେ ଲିଖିତ ଅଭିଯୋଗ କର ତାପରେ ଦେଖିବା ବୋଲି କହି ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିଲେ। ଯଦି ଜଣେ ଗଣମାଧ୍ୟମ ପ୍ରତିନିଧି ଦିପଦରେ ପଡି ଥାନା ଅଧିକାରୀମାନଙ୍କୁ ଫୋନ କରି ସହୟତା ନପାଏ ତାହାଲେ ସାଧାରଣ ଜନଜା କଣ ସେବା ପାଇପାରୁଥିବେ ଏଥିରୁ ସହଜରେ ଅନୁମେୟ କରାଯାଇ ପାରେ । ଏନେଇ ସଂପୃକ୍ତ ସାମ୍ବାଦିକ ଘସିପୁରା ଆନାର ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ଅପରାଧୀ ଙ୍କ ଟେର ପାଉନଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ