ସିଦ୍ଧ ହନୁମାନଜୀଉଙ୍କର ଦ୍ୱାଦଶ ବାର୍ଷିକ ପୂଜା ଓ ପ୍ରବଚନ
ଭୁବନ, ୧୭ ଏପ୍ରିଲ୍(ହି.ସ.) – ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ଗ୍ରାମରେ ଶ୍ରୀ ଶ୍ରୀ ହନୁମାନଜୀଉଙ୍କର ଦ୍ୱାଦଶ ବାର୍ଷିକ ପୂଜା ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ଏହି ଉପଲକ୍ଷେ ଗତ ୧୪ ତାରିଖ ମହାବୀର ଜୟନ୍ତୀ ଅବସରରେ ଅପରାହ୍ନରେ ଶତାଧିକ ମହିଳା ପୁରୁଷ କଳସ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା
ସିଦ୍ଧ ହନୁମାନଜୀଉଙ୍କର ଦ୍ୱାଦଶ ବାର୍ଷିକ ପୂଜା ଓ ପ୍ରବଚନ


ଭୁବନ, ୧୭ ଏପ୍ରିଲ୍(ହି.ସ.) – ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ଗ୍ରାମରେ ଶ୍ରୀ ଶ୍ରୀ ହନୁମାନଜୀଉଙ୍କର ଦ୍ୱାଦଶ ବାର୍ଷିକ ପୂଜା ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ଏହି ଉପଲକ୍ଷେ ଗତ ୧୪ ତାରିଖ ମହାବୀର ଜୟନ୍ତୀ ଅବସରରେ ଅପରାହ୍ନରେ ଶତାଧିକ ମହିଳା ପୁରୁଷ କଳସ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ମନ୍ଦିର ପରିସରରେ ଘଟ ସ୍ଥାପନ କରିଥିଲେ। ୧୫ ତାରିଖ ବୁଧବାର ଠାରୁ ୧୭ ତାରିଖ ଶୁକ୍ରବାର ପ୍ରତ୍ୟହ ସୂର୍ଯ୍ୟପୂଜା, ଗୁରୁପୂଜା ଓ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ରାମ କଥା ସେବିକା(ମାନସ) ପୁରୀ ପ୍ରବଚିକା ସନ୍ତୋଷୀନି ମିଶ୍ର ଏବଂ ପ୍ରବଚକ ପଣ୍ଡିତ ପୁରୁଷୋତମ ଦାସ ପ୍ରବଚନ ଦେଉଛନ୍ତି। ପ୍ରବଚନ ଶ୍ରବଣ କରିବା ସହ ପ୍ରଭୁ କୃପା ଲାଭ କରିବା ପାଇଁ ସନ୍ଧ୍ୟାରେ ପ୍ରବଳ ଜନ ସମାଗମ ହେଉଛି। ଏହି କାର୍ଯ୍ୟକ୍ରମରେ ପୁରୋହିତ ସଚ୍ଚିଦାନନ୍ଦ ମିଶ୍ର, ଧର୍ମାନନ୍ଦ ମିଶ୍ର ମନ୍ତ୍ରପାଠ ମାଧ୍ୟମରେ ପୂଜାର୍ଚ୍ଚନା କରୁଥିବା ବେଳେ ବାଉରୀବନ୍ଧୁ ନାୟକ, ବିଜୟ ସ୍ୱାଇଁ, ଦିଲ୍ଲୀପ ବରାଳ କର୍ତା ସାଜିଛନ୍ତି। ରାଜ କିଶୋର ବେହେରା, ଦୁଃଶାସନ ବେହେରା, ଗୟାଧର ସାମଲ, ଭାସ୍କର ସ୍ୱାଇଁ, କୁନା ନାୟକ, ଗୌତମ ବେହେରା, ମୁନସୀ ନାୟକ, ଲମ୍ବୋଦର ନାୟକ, ବିବେକ ବରାଳ, ଗିରିଧାରୀ ସ୍ୱାଇଁ, ମନୋଜ ବାରିକ, ଶିଶିର ନାୟକ, ଯଦୁମଣି ବେହେରା, ବିରଂଚି ସ୍ୱାଇଁ, ସୁଧାକର ଓଝା, ଚିନ୍ମୟ ନାୟକ, ରବି ନାୟକ, ବିଭୂତି ନାୟକ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରୁଛନ୍ତି। ଆସନ୍ତା ୧୮ ତାରିଖ ଶନିବାର ପୂର୍ଣ୍ଣାହୂତି ଓ ଆନନ୍ଦ ବଜାରରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି।

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande