ଭଦ୍ରକରେ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ
ଭଦ୍ରକ, ୧୭ ଅପ୍ରେଲ (ହି.ସ.) - ଓଡ଼ିଶାର ଗର୍ବ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ ଅବସରରେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ଗଭୀର ଶ୍ରଦ୍ଧା ଓ ଭକ୍ତିପୂର୍ଣ୍ଣ ପରିବେଶରେ ବିଭିନ୍ନ କାର୍ଯ୍ୟକ୍ରମ ପାଳିତ ହୋଇଛି। ବିଜେଡ଼ିର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍
BHADRAK - BIJU PATTNAIK TIRODHAN DIVAS


ଭଦ୍ରକ, ୧୭ ଅପ୍ରେଲ (ହି.ସ.) - ଓଡ଼ିଶାର ଗର୍ବ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ ଅବସରରେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ଗଭୀର ଶ୍ରଦ୍ଧା ଓ ଭକ୍ତିପୂର୍ଣ୍ଣ ପରିବେଶରେ ବିଭିନ୍ନ କାର୍ଯ୍ୟକ୍ରମ ପାଳିତ ହୋଇଛି। ବିଜେଡ଼ିର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ, ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ, ପୂର୍ବତନ ଟାଉନ୍ ସଭାପତି ଅଧିବକ୍ତା ତାହେର ମହମ୍ମଦ, ଭଦ୍ରକ ପୌରପାଳିକା ୱାର୍ଡ଼ ନଂ ୧୩ ପାରିଷଦ ଅଞ୍ଜନ ଜେନା, ୱାର୍ଡ଼ ନଂ ୨୮ ପାରିଷଦ ସାହିଦ ଖାନ, ୱାର୍ଡ଼ ନଂ ୧୦ ପାରିଷଦ ଙ୍କ ପ୍ରତିନିଧି ପଙ୍କଜ ବଳ, ୱାର୍ଡ଼ ନଂ ୭ ପାରିଷଦ ଙ୍କ ପ୍ରତିନିଧି ଅତିସ କୁମାର ଦାସ, ପୂର୍ବତନ ପାରିଷଦ ଗୋପୀନାଥ ନାୟକ, ମହେଶ୍ୱର ନାଥ, ଭଦ୍ରକ ବ୍ଲକ ଅର୍ଣ୍ଣପାଳ ଗ୍ରାମ ପଂଚାୟତ ସରପଂଚ ଙ୍କ ପ୍ରତିନିଧି ସୁଧାକର ମହାଳିକ, ପୂର୍ବତନ ସରପଂଚ ଶଶଧର ନାୟକ, ରତ୍ନାକର ସାମଲ, ଅନନ୍ତ ପଣ୍ଡା, ନାୟବ ସରପଂଚ ରାଜଲକ୍ଷ୍ମୀ ଦାସ, ନାରୀନେତ୍ରୀ ରାଜଲକ୍ଷ୍ମୀ ମହାପାତ୍ର, ବରିଷ୍ଠ ନେତା ବାବୁଲା ରାଉତ, ମୂରଲୀଧର ପୋଥାଳ, ଗୋପାଳକୃଷ୍ଣ ଦାସ, ମେହେବୁବ ଖାନ, ସୁଧାକର ଜେନା, ମନୁ ଖୁଂଟିଆ, ମହେଶ୍ୱର ପଲେଇ, କୁମାର କେଶରୀ ନାୟକ, ଜଳେନ୍ଦ୍ର ମହାନ୍ତି, ମନୀନ୍ଦ୍ର ମହାନ୍ତି, ବାବୁଲା ଜେନା, ଯୁବନେତା ବିକାଶ ଶ୍ରେଷ୍ଠା, ସୁବ୍ରତ କୁମାର ଦାସ, ନାସିରୁଦ୍ଧିନ ଖାନ, ଜିତନ ପଣ୍ଡା, ଦୀପକ ସାହୁ, ଦେବାଶିଷ ଭାରତୀ, ସେକ ସିରାଜୁଦ୍ଧିନ, ନାରାୟଣ ବିଶ୍ୱାଳ, ପ୍ରମୋଦ ବନ୍ଧ, ମିହିର ଜେନା, ମୁକ୍ତିକାନ୍ତ ମଲ୍ଲିକ, ଲକ୍ଷ୍ମୀଧର ଜେନା, ଜଗନ୍ନାଥ ନାୟକ, ହରି ନାଥଙ୍କ ସହ ବହୁ ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ, ପାରିଷଦ, ସରପଂଚ ପ୍ରତିନିଧି, ସମାଜସେବୀ ଓ କର୍ମୀମାନେ ଉପସ୍ଥିତ ରହିଥିଲେ। ଦିନର ଆରମ୍ଭରେ ସାହାପୁରସ୍ଥ ପଂଚମୁଖୀ ହନୁମାନ ମନ୍ଦିର ନଦୀ ଘାଟରେ ତିଳ ତର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପରେ ଭଦ୍ରକ ନଗରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସହିତ ବିଭିନ୍ନ ମହାନ ବରପୁତ୍ରଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହାପରେ ବିଜେଡ଼ି ଜିଲ୍ଲା କାର୍ଯ୍ୟାଳୟରେ“ବିଜୁ ବାବୁଙ୍କ ଦେଶପ୍ରେମ ଓ ଓଡ଼ିଶା ବିକାଶରେ ତାଙ୍କ ଅବଦାନ”ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଅତିଥିମାନେ ବିଜୁ ବାବୁଙ୍କ ଅଦମ୍ୟ ସାହସ, ଦୃଢ଼ ନେତୃତ୍ୱ ଓ ରାଜ୍ୟ ଗଠନରେ ତାଙ୍କ ଅପୂର୍ବ ଅବଦାନକୁ ସ୍ମରଣ କରିଥିଲେ। ଶେଷରେ ଭଦ୍ରକ ନୂତନ ଜିଲ୍ଲା ଚିକିତ୍ସାଳୟରେ ଫଳ ବଂଟନ କାର୍ଯ୍ୟକ୍ରମ ହୋଇ ଶତାଧିକ ରୋଗୀମାନଙ୍କ ସହ ସାମାଜିକ ସହଭାଗିତାର ଭାବନା ପ୍ରକାଶ ପାଇଥିଲା। ଏହି ଅବସରରେ ସମସ୍ତ ଉପସ୍ଥିତ ନେତୃବୃନ୍ଦ ଓ କର୍ମୀମାନେ ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ଅନୁସରଣ କରି ସଶକ୍ତ, ସମୃଦ୍ଧ ଓ ସ୍ୱାଭିମାନୀ ଓଡ଼ିଶା ଗଢ଼ିବା ପାଇଁ ସଂକଳ୍ପ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ କର୍ମୀ, ସମର୍ଥକ ଓ ଶୁଭେଚ୍ଛୁମାନଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande