
ଭୁବନେଶ୍ୱର, 18 ଏପ୍ରିଲ୍ (ହି.ସ.)- ବୌଦ୍ଧରେ ଆଜିଠୁ ୨୨ତାରିଖ ଯାଏଁ ସ୍କୁଲ୍, କଲେଜ୍ ଛୁଟି
ଘୋଷଣା କରାଯାଇଛି । ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିଷ୍ପତ୍ତି
ନେଇଛନ୍ତି । ସକାଳ ସମୟରେ ପରୀକ୍ଷା ଅନୁଷ୍ଠିତ ହୋଇପାରିବା ନେଇ ଚିଠିରେ ଉଲ୍ଲେଖ ରଖିଛି ।
ଏଠାରେ ସୂଚନାଯୋଗ୍ୟ ଖରାଛୁଟି ନେଇ ଜିଲ୍ଲାପାଳ ନିଷ୍ପତି ନେଇପାରିବେ
ବୋଲି ଗଣଶିକ୍ଷାମନ୍ତ୍ରୀ କହିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା