ସଂସଦ ଭବନ କାର୍ଯ୍ୟାଳୟରେ ପିଏମ ମୋଦିଙ୍କୁ ସାକ୍ଷାତ କଲେ ପ୍ରତାପ ଷଡଙ୍ଗୀ
ଭୁବନେଶ୍ୱର, 18 ଏପ୍ରିଲ୍ (ହି.ସ.)-ନୂଆଦିଲ୍ଲୀସ୍ଥିତ ସଂସଦ ଭବନ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ । ଏହି ସାକ୍ଷାତ ସମୟରେ ଓଡିଶା ସହିତ ସମ୍ବନ୍ଧିତ ବିଭିନ୍ନ ଗୁରୁତ୍ୱପୂର୍ଣ
ପ୍ରତାପ


ଭୁବନେଶ୍ୱର, 18 ଏପ୍ରିଲ୍ (ହି.ସ.)-ନୂଆଦିଲ୍ଲୀସ୍ଥିତ ସଂସଦ ଭବନ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ

ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିଛନ୍ତି ସାଂସଦ ପ୍ରତାପ

ଷଡଙ୍ଗୀ ।

ଏହି ସାକ୍ଷାତ ସମୟରେ ଓଡିଶା ସହିତ ସମ୍ବନ୍ଧିତ ବିଭିନ୍ନ

ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିସ୍ତୃତ ଆଲୋଚନା ହେଲା।

ରାଜ୍ୟର ସମଗ୍ର ପ୍ରଗତିକୁ ତ୍ୱରାନ୍ୱିତ କରିବା ସହିତ ଜନସାଧାରଣଙ୍କ

ମଙ୍ଗଳକାମନାରେ ନିଷ୍ଠାପୂର୍ଣ୍ଣ ପ୍ରୟାସକୁ ଆଗେଇ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ମୂଲ୍ୟବାନ

ଉପଦେଶ ଓ ପ୍ରେରଣା ଲାଭ କରିଥିବା ପ୍ରତାପ ଷଡଙ୍ଗୀ କହିଛନ୍ତି ।

ସେ କହିଛନ୍ତି ଯେ, ତାଙ୍କର ଦୃଢ଼ ନେତୃତ୍ୱ, ଦୃଷ୍ଟିଭଙ୍ଗୀ ଓ

ଦେଶସେବାପ୍ରତି ଅଟୁଟ ପ୍ରତିବଦ୍ଧତା ଆମ ସମସ୍ତଙ୍କ ପାଇଁ ଅପାର ପ୍ରେରଣା। ଓଡିଶାର ସମୃଦ୍ଧି ଓ

ଲୋକମାନଙ୍କ ସମଗ୍ର ଉନ୍ନତି ପାଇଁ ଆମେ ସମସ୍ତେ ଏକତ୍ରିତ ହୋଇ କାମ କରିବାକୁ ପ୍ରତିବଦ୍ଧ ଅଛୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande