
Bhubaneswar, 17 ଏପ୍ରିଲ୍ (ହି.ସ.)
ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ଅଂଚଳରେ ଆଜିଠାରୁ ଆରମ୍ଭ ହେଲା 2027ର ପ୍ରଥମ ପର୍ଯ୍ୟାୟ ଗୃହ ଗଣନା କାର୍ଯ୍ୟକ୍ରମ । ଆଜିଠାରୁ ଘରକୁ ଘର ବୁଲି ଗୃହ ଗଣନା କାର୍ଯ୍ୟ କରାଯାଉଛି । ଏହି ପ୍ରଥମ ପର୍ଯ୍ୟାୟ ଗୃହ ଗଣନା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଗୋଷ୍ଠୀରେ ଶୁଭାରମ୍ଭ ପୂର୍ବକ ଗଣନା ବାବଦରେ ବୁଝାଇଛନ୍ତି ମେୟର ଶ୍ରୀମତୀ ସୁଲୋଚନା ଦାସ । ବି ଏମ୍ ସି କମିଶନର ତଥା ପ୍ରିନ୍ସିପାଲ ସେନ୍ସସ ଅଫିସର ଶ୍ରୀ ଚଞ୍ଚଳ ରାଣାଙ୍କ ନିର୍ଦେଶରେ ନିୟୋଜିତ ହୋଇଥିବା 3300 ଏନୁମରେଟର ଓ ସୁପରଭାଇଜର ଆଜି ଭୁବନେଶ୍ବରର ବିଭିନ୍ନ ସ୍ଥାନକୁ ଯାଇଥିଲେ l 35 ନମ୍ବର ଓ୍ୱାର୍ଡର ଭଗବତୀ ବସ୍ତିରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅବସରରେ ସ୍ଥାନୀୟ କର୍ପୋରେଟର, ବିଏମ୍ ସିର ଜନଗଣନା ଅଧିକାରୀ ଶ୍ରୀମତୀ ପ୍ରିୟଦର୍ଶିନୀ ଜେନା, ବି ଡି ଏ, ବି ଏମ୍ ସି, ହାଉସିଂ ବୋର୍ଡ, ସରକାରୀ ଓ ବେସରକାରୀ ଶିକ୍ଷକଙ୍କୁ ନେଇ ହୋଇଥିବା 3300ଏନୁମରେଟର ଓ ସୁପରଭାଇଜର ଉପସ୍ଥିତ ରହି ଏହି କାର୍ଯ୍ୟ କରୁଛନ୍ତି । ଏହି କାର୍ଯ୍ୟକ୍ରମ ମଇ 15 ତାରିଖ ପର୍ଯ୍ୟନ୍ତ ଚାଲିବ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା