ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କୁ ଭେଟିଲେ ଜିଲ୍ଲା ଓକିଲ ସଂଘ କର୍ମକର୍ତା
କେନ୍ଦ୍ରାପଡା, ୧୭ ଏପ୍ରିଲ୍ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର ନୂତନ ଭାବେ ନିର୍ବାଚିତ ହୋଇଥିବା କର୍ମକର୍ତାମାନେ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କୁ ସୈାଜନ୍ୟମୂଳକ ଭାବେ ସାକ୍ଷାତ କରିଛନ୍ତି ।ଏହି ସାକ୍ଷାତ ସମୟରେ ରାଜ୍ୟ ବାର କାଉନ୍ସିଲ୍ ର ସଦସ୍ୟ ଦୀନ
---------------ଓଡିଶାଉଚ୍ଚ ନ୍ୟାୟାଳୟରବିଚାରପତିଙ୍କୁଭେଟିଲେଜିଲ୍ଲାଓକିଲସଂଘକର୍ମକର୍ତା


କେନ୍ଦ୍ରାପଡା, ୧୭ ଏପ୍ରିଲ୍ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର ନୂତନ ଭାବେ ନିର୍ବାଚିତ ହୋଇଥିବା କର୍ମକର୍ତାମାନେ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କୁ ସୈାଜନ୍ୟମୂଳକ ଭାବେ ସାକ୍ଷାତ କରିଛନ୍ତି ।ଏହି ସାକ୍ଷାତ ସମୟରେ ରାଜ୍ୟ ବାର କାଉନ୍ସିଲ୍ ର ସଦସ୍ୟ ଦୀନେଶ ଚନ୍ଦ୍ର ରାୟଙ୍କ ସମେତ ଜିଲ୍ଲା ଓକିଲ ସଂଘ ସଭାପତି ରବି ନାରାୟଣ ମହାନ୍ତି, ସମ୍ପାଦକ ନିହାର ରଂଜନ ମହାପାତ୍ର, ଉପସଭାପତି ନୃସିଂହଚରଣ ରାଉତ, ପ୍ରାର୍ଥ ପ୍ରତିମା ଚକ୍ରବର୍ତ୍ତୀ, ହରି ପ୍ରସାଦ କର ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ଓକିଲ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଚାରପତିଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ବିଚାରପତି ଶ୍ରୀ ମିଶ୍ର ଓକିଲ ସଂଘର ସମସ୍ୟାଗୁଡିକୁ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande