ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ ପାଳିତ
ଝାରସୁଗୁଡ଼ା, ୧୭ ଏପ୍ରିଲ୍ (ହି.ସ.)- ଆଧୁନିକ ଓଡ଼ିଶାର ନିର୍ମାତା, ସାହସିକତାର ପ୍ରତୀକ ଓ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ ଶୁକ୍ରବାର ଝାରସୁଗୁଡ଼ାର ବଡ଼ମାଳ ସ୍ଥିତ ବିଜୁ ପଟ୍ଟନାୟକ ଛକରେ ପାଳିତ ହୋଇଯାଇଛି। ଝାରସୁଗୁଡ଼ା ଜିଲ୍ଲା ବ
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ ପାଳିତ


ଝାରସୁଗୁଡ଼ା, ୧୭ ଏପ୍ରିଲ୍ (ହି.ସ.)- ଆଧୁନିକ ଓଡ଼ିଶାର ନିର୍ମାତା, ସାହସିକତାର ପ୍ରତୀକ ଓ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ ଶୁକ୍ରବାର ଝାରସୁଗୁଡ଼ାର ବଡ଼ମାଳ ସ୍ଥିତ ବିଜୁ ପଟ୍ଟନାୟକ ଛକରେ ପାଳିତ ହୋଇଯାଇଛି। ଝାରସୁଗୁଡ଼ା ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏହି ଦିନକୁ “ପ୍ରବାଦ ପୁରୁଷ ଦିବସ” ଭାବେ ଶ୍ରଦ୍ଧା ଓ ସମ୍ମାନ ସହ ପାଳନ କରାଯାଇଥିଲା।

ଏହି ଅବସରରେ ବଡ଼ମାଳରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଏକ ଭବ୍ୟ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା। ଦଳୀୟ କର୍ମକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ପୁଷ୍ପମାଲ୍ୟ ଅର୍ପଣ କରି ବିଜୁ ବାବୁଙ୍କ ଅମର ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରା, ପୌରାଧକ୍ଷା ରାନୀ ହାତୀ, ଜିଲ୍ଲା ବିଜେଡି ସମ୍ପାଦକ ପିଣ୍ଟୁ ପାଢ଼ୀ, ଜିଲ୍ଲା ଯୁବ ବିଜେଡି ସଭାପତି ରବିନ ପାଣ୍ଡେ, ଅଶୋକ ଦାସ, ତାପସ ରାୟ ଚୌଧୁରୀ, ରବି ସିଂ, ପୱନ ସିଂ ଯାଦବ, ଦାମୋଦର ନାଥ, ପୱନ ଶର୍ମା, ଭବାନୀ ସାହା, ଶିବୁ ପଟ୍ଟନାୟକ, ଦିଗାମ୍ବର ଭୋଇ, ସୁଭାଷ କେଡିଆ, ଗୀତାଞ୍ଜଳି ପଣ୍ଡା, କାଜଲ ଦେଓ ଓ ମମତା ଦିପ ସହ ଅନେକ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଏହି ଅବସରରେ ବିଜୁ ବାବୁଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟର ଉନ୍ନତି ପାଇଁ କାମ କରିବାରେ ସଂକଳ୍ପ ନେବାକୁ ଜିଲ୍ଲା ବିଜେଡି ପକ୍ଷରୁ ସମସ୍ତଙ୍କୁ ଆହ୍ଵାନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande