ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ଓ ସ୍ମୃତି ସମାବେଶ ଅନୁଷ୍ଠିତ
କେନ୍ଦୁଝର, ୧୭ ଏପ୍ରିଲ୍ (ହି.ସ.)- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶୁକ୍ରବାର ସକାଳ ସମୟରେ ଥାନା ଛକ ଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହା ପରେ କେନ୍ଦୁଝର ନଗର ଭବନ ଠା
Biju sradha


କେନ୍ଦୁଝର, ୧୭ ଏପ୍ରିଲ୍ (ହି.ସ.)- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶୁକ୍ରବାର ସକାଳ ସମୟରେ ଥାନା ଛକ ଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହା ପରେ କେନ୍ଦୁଝର ନଗର ଭବନ ଠାରେ ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ନିଜ ବକ୍ତବ୍ୟରେ ଶ୍ରୀ ଚକ୍ରବର୍ତ୍ତୀ ପ୍ରବାଦ ପୁରୁଷଙ୍କ ଦେଶ ପାଇଁ ଉତ୍ସର୍ଗୀକୃତ ଅବଦାନ ସମ୍ପର୍କରେ ଆଲୋକପାତ କରି ୧୯୪୨ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଭୂମିକା ସମ୍ପର୍କରେ ମତ ଉପସ୍ଥାପନା କରି ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ବୋଲି କହିଥିଲେ। ଓଡିଶାରେ ପାରାଦ୍ୱୀପ ବନ୍ଦର ହେଉ ବା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠାରେ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ଏ ଜାତି ମନେ ରଖିଛି ବୋଲି ଶ୍ରୀ ଚକ୍ରବର୍ତ୍ତୀ ପ୍ରକାଶ କରିଥିଲେ। ବିଜୁ ବାବୁ ନିର୍ବାଚନ ସର୍ବସ୍ବ ନଥିଲେ ଓଡ଼ିଆଙ୍କ ସ୍ୱାଭିମାନର ପ୍ରତୀକ ଥିଲେ ।

ବରିଷ୍ଠ ଉପସଭାପତି ପ୍ରମୋଦ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ସ୍ମୃତି ସମାବେଶରେ ଅତିଥି ବକ୍ତା ଭାବେ ଧରଣୀଧର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ଅବସରପ୍ରାପ୍ତ ସହକାରୀ ପ୍ରଫେସର ସୁଧାକର ଦାଶ, ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ ଘଟଗାଁର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ. ଚିତ୍ତରଞ୍ଜନ ମିଶ୍ର ପ୍ରବାଦ ପୁରୁଷ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ବୀରତ୍ୱ, ସାହସ ଓ ସ୍ୱାଭିମାନ ସମ୍ପର୍କରେ ଆଲୋଚନା କରିଥିଲେ। ସ୍ମୃତି ସମାବେଶରେ ବିଜୁ ଜନତା ଦଳ ପୂର୍ବତନ ସଭାପତି ତଥା ପୂର୍ବତନ ସାଂସଦ ମାଧବ ସର୍ଦ୍ଦର, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ତଥା ବିଜେଡି ଜିଲ୍ଲା ମହିଳା ଶାଖା ସଭାପତି କମଳିନୀ ପାତ୍ର, କେନ୍ଦୁଝରଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ପ୍ରଭଞ୍ଜନ ପଟ୍ଟନାୟକ, ମୀନା ମାଝୀ ମଞ୍ଚାସିନ ହୋଇ ନିଜର ବକ୍ତବ୍ୟ ପ୍ରଦାନ କରି ବିଜୁ ପଟ୍ଟନାୟକଙ୍କ ଯୋଗୁଁ ଓଡିଶା ଆନ୍ତର୍ଜାତୀୟ ସ୍ତରରେ ପରିଚୟ ପାଇଛି ବୋଲି ପ୍ରକାଶ କରିଥିଲେ।

ଏହି ସ୍ମୃତି ସମାବେଶରେ ଝୁମ୍ପୁରା ବ୍ଲକ ଅଧ୍ୟକ୍ଷା ମାଳତୀ ନାଏକ, ଜିଲ୍ଲା ପରିଷଦ ସଦସ୍ୟ ରଥ ମୁଣ୍ଡା, କେନ୍ଦୁଝର ନଗର ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ, ସଦର ବ୍ଲକ ସଭାପତି ଚକ୍ର ଧର ପରିଡା, ଝୁମ୍ପୁରା ବ୍ଲକ ସଭାପତି ଡ଼ମ୍ବୁରୁ ଧର ଦାସ, ପୂର୍ବତନ ବରିଷ୍ଠ ନେତା ସତ୍ୟବ୍ରତ ନାଏକ, ରକ୍ଷାକର ସାହୁ, ହୃଦାନନ୍ଦ ପ୍ରଧାନ, ଅଜୟ ଘଡେଇ, ଘନଶ୍ୟାମ ବାରିକ, ଅରୁଣ ମନ୍ତ୍ରୀ, ମଳୟ ପଣ୍ଡା, ଧନୁ ମହାନ୍ତ, ମୁରଲୀ ମହାନ୍ତ, ଟୁକୁ ପଲେଇ, ଯୁବ ନେତା ଟିକିନା ବ୍ରହ୍ମ, ଦେବୁ ପଟ୍ଟନାୟକ, ଟିକୁ ପ୍ରଧାନ, ଜଗଦୀଶ ଆପଟ, ସୁନୀଲ ବାରିକ, ମୁନା ପାଣି, ବାବି ପଟ୍ଟନାୟକ, ରଞ୍ଜନ ବେହେରା, ସୁଶାନ୍ତ ପ୍ରଧାନ, ଅନାଦି ପ୍ରଧାନ, ବାସୁଦେବ ଜେନା, ସୁଶୀପ ସାହୁ, ଅଂଶୁମାନ ଚକ୍ରବର୍ତ୍ତୀ, ସଫିକ ଆନସାରୀ, ଲମ୍ବୋଦର ନାଏକ, ବୁବୁ ସାହୁ, ମହିଳା ନେତ୍ରୀ ପୁନମ କୁମାରୀ, ମଞ୍ଜୁ ଲତା ମହାନ୍ତି, ସଂଜୁଲତା ସାହୁଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande