ହୋଟେଲରେ ପୋଡା ଇଞ୍ଜିନ ତେଲ ଜାଳି ରୋଷେଇ,ବିଷାକ୍ତ ଧୂଆଁରେ ପରିବେଶ; ଖାଦ୍ୟ ଖାଇ କ୍ୟାନସର, ଶ୍ଵାସଜନିତ ସମସ୍ୟା ଏବଂ ଚର୍ମ ରୋଗ ହେବାର ଆଶଙ୍କା
ମାଲକାନଗିରି, ୧୭ ଏପ୍ରିଲ୍ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା କିଙ୍ଗସ୍ ହୋଟେଲରେ ଖରାପ (ପୋଡା )ଇଞ୍ଜିନ ତେଲ ଜାଳି ରୋଷେଇ କରୁଥିବା ଜଣାପଡ଼ିଛି । ଖରାପ ଇଞ୍ଜିନ ତେଲ ବ୍ୟବହାର କରି ରୋଷେଇ କରିବା ପରିବେଶ ପାଇ
ହୋଟେଲ ରେ ପୋଡା ଇଞ୍ଜିନ ତେଲ ଜାଳି ରୋଷେଇ ,ବିଷାକ୍ତ ଧୂଆରେ ପରିବେଶ , ଖାଦ୍ୟ ଖାଇ


ହୋଟେଲ ରେ ପୋଡା ଇଞ୍ଜିନ ତେଲ ଜାଳି ରୋଷେଇ ,ବିଷାକ୍ତ ଧୂଆରେ ପରିବେଶ , ଖାଦ୍ୟ ଖାଇ


ମାଲକାନଗିରି, ୧୭ ଏପ୍ରିଲ୍ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା କିଙ୍ଗସ୍ ହୋଟେଲରେ ଖରାପ (ପୋଡା )ଇଞ୍ଜିନ ତେଲ ଜାଳି ରୋଷେଇ କରୁଥିବା ଜଣାପଡ଼ିଛି । ଖରାପ ଇଞ୍ଜିନ ତେଲ ବ୍ୟବହାର କରି ରୋଷେଇ କରିବା ପରିବେଶ ପାଇଁ ଅତ୍ୟନ୍ତ ବିପଦଜ୍ଜନକ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥିବା ବେଳେ ଉକ୍ତ ହୋଟେଲ ମାଲିକ ଇନ୍ଦ୍ରଜିତ୍ ସରକାର ଲୋକଙ୍କ ସ୍ଵାସ୍ଥ୍ୟ ସହିତ ଖେଳୁଥିବା ଅଭିଯୋଗ ହୋଇଛି। ଖରାପ ଇଞ୍ଜିନ ତେଲ ଜଳିଲେ କର୍କଟ ସୃଷ୍ଟିକାରୀ ପଦାର୍ଥ ଏବଂ କ୍ଷତିକାରକ ଧୂଆଁ ବାହାରିଥାଏ । ଏହି ଧୂଆଁ ରୋଷେଇ ଘରର ପରିବେଶକୁ ବିଷାକ୍ତ କରିବା ସହ ଖାଦ୍ୟରେ ମିଶି ପେଟ ରୋଗ, ଶ୍ଵାସଜନିତ ସମସ୍ୟା ଏବଂ ଦୀର୍ଘମିଆଦୀ ରୋଗର କାରଣ ହୋଇଥାଏ । କିନ୍ତୁ ହୋଟେଲ ମାଲିକ ଜଣକ ଏସବୁକୁ ଖାତିର ନକରି କିଛି ଲାଭବାନ ହେବା ଆଶାରେ ଲୋକଙ୍କ ଜୀବନକୁ ବିପଦକୁ ଠେଲିଦେଉଥିବା ଜଣାପଡ଼ିଛି । ଏହି ତେଲକୁ ଖାଦ୍ୟ ତିଆରିରେ ବ୍ୟବହାର କରିବା ଖାଦ୍ୟ ନିରାପତ୍ତା ଆଇନ ଅନୁଯାୟୀ ଅପରାଧ ହୋଇଥିବା ବେଳେ ଉକ୍ତ ତେଲରୁ ବାହାରୁଥିବା ଧୂଆଁ ତୀବ୍ର ବିଷାକ୍ତ ଏବଂ ଦୁର୍ଗନ୍ଧଯୁକ୍ତ ହୋଇଥିବାରୁ ଆଖ ପାଖ ପରିବେଶକୁ ପ୍ରଦୂଷିତ କରିବା ସହ ଖାଦ୍ୟର ଗୁଣବତ୍ତା ଉପରେ ପ୍ରଭାବ ପକାଉଛି । ଏହାସହ ଉକ୍ତ ହୋଟେଲରେ ଅତ୍ୟନ୍ତ ଅପରିଷ୍କାର ପରିବେଶ ଏବଂ ଆବର୍ଜନା ଭିତରେ ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ଦେଖିବାକୁ ମିଳୁଥିବା ବେଳେ ଅନେକ ସମୟରେ ଖାଦ୍ୟକୁ ଆକର୍ଷଣୀୟ କରିବା ପାଇଁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ରଙ୍ଗ ମିଶାଯାଉଥିବା ଜଣାପଡିଛି । ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଏଭଳି ହୋଟେଲ ଗୁଡିକ ଉପରେ କଡା ନଜର ରଖିବା ସହ ଉଚିତ ଜରିମାନା ଆଦାୟ କରିବା ପାଇଁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

ଏନେଇ ହୋଟେଲ ମାଲିକଙ୍କୁ ପଚାରିବାରୁ ସେ ବର୍ତ୍ତମାନ ଏଲପିଜି ଗ୍ୟାସ୍ ସଙ୍କଟ ଯୋଗୁଁ ଉକ୍ତ ତେଲ ବ୍ୟବହାର କରି ରୋଷେଇ କରୁଥିବା କହିଛନ୍ତି । ଏ ସମ୍ପର୍କରେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଦୀନବନ୍ଧୁ ମହାନନ୍ଦିଆଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ ବିଷୟ ଉପରେ କୌଣସି ଧାରଣା ନଥିବା କହି ସେ ବିଷୟରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ କହିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande