ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନି ନିରାପତା ତାଲିମ
ଜୟପୁର, ୧୭ ଏପ୍ରିଲ୍ (ହି.ସ.) - ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନି ନିରାପତା ଉପରେ ସମସ୍ତ କର୍ମଚାରି ଆଜି ତାଲିମ ନେଇଛନ୍ତି । ଜୟପୁର ଦମକଳ ବିଭାଗ ତରଫରୁ ତାଲିମ ଦିଆଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ହସପିଟାଲ ଫାୟର ସେପ୍ଟଟି ସୁପରଭାଇଜର ରମାକାନ୍ତ ପାଲ ଓ ଷ୍ଟେସନ ଅଫିସର ସୋରଜ କ
ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନି ନିରାପତ୍ତା ତାଲିମ


ଜୟପୁର, ୧୭ ଏପ୍ରିଲ୍ (ହି.ସ.) - ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନି ନିରାପତା ଉପରେ ସମସ୍ତ କର୍ମଚାରି ଆଜି ତାଲିମ ନେଇଛନ୍ତି । ଜୟପୁର ଦମକଳ ବିଭାଗ ତରଫରୁ ତାଲିମ ଦିଆଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ହସପିଟାଲ ଫାୟର ସେପ୍ଟଟି ସୁପରଭାଇଜର ରମାକାନ୍ତ ପାଲ ଓ ଷ୍ଟେସନ ଅଫିସର ସୋରଜ କୁମାର ଭୁତିଆ ତାଲିମ ଦେଇ ଥିଲେ । ଅଗ୍ନି କାଣ୍ଡ ଘଟିଲେ କିପରି ମୁକାବିଲା କରାଯାଇ ପାରିବ ସେ ନେଇ ତାଲିମ ଦିଆଯାଇଥିଲା । ନିଆଁ କେତେକ ପ୍ରକାର, ନିଆଁ କାହାକୁ କୁହାଯାଏ, ନିଆଁ ଲିଭାଇବ ୩ ପ୍ରକାର ପଦ୍ଧତି ଉପରେ ତାଲିମ ଦେବା ସହ ନିଆଁ ଲିଭାଇବା ଯନ୍ତ୍ର ଉପରେ ତାଲିମ , ନିଆଁ ଲାଗିଲେ ରୋଗିକୁ କିପରି ଉଦ୍ଧାର କରାଯାଇ ପାରିବ ସେ ଉପରେ ତାଲିମ ଦିଆଯାଇଥିଲା । ଉଚ୍ଚ କୋଠାରୁ ରୋଗିକୁ କିପରି ଉଦ୍ଧାର କରାଯାଇ ପାରିବ ସେ ନେଇ ତାଲିମ ଦିଆଯାଇଥିଲା । ଜିଲା ଚିକିତ୍ସାଳୟର ସୁପରିଟେଣ୍ଡଣ୍ଟ ଅକ୍ଷୟ କୁମାର ରଥ ,ଡାକ୍ତର , ନର୍ସ, ସୁରକ୍ଷା କର୍ମି ସହ ସମସ୍ତ ବିଭାଗର କର୍ମଚାରି ଉପସ୍ଥିତ ରହି ତାଲିମ ନେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande