ଦେବେଇପାଲିରେ ହରିନାମ ମହୋତ୍ସବ ଉଦଯାପିତ
ସମ୍ବଲପୁର, ୧୭ ଏପ୍ରିଲ୍(ହି.ସ.) – ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ଅନ୍ତର୍ଗତ ଦେବେଇପାଲିରେ ଚାରିଦିନିଆ ହରିନାମ ମହୋତ୍ସବ ବୁଧବାର ଉଦଯାପିତ ହୋଇଯାଇଛି। ମହାବିଷୁବ ସଂକ୍ରାନ୍ତି ଅବସରରେ ଏହି ମହୋତ୍ସବ ଆରମ୍ଭ ହୋଇଥିଲା। ମହୋତ୍ସବ ଅବସରରେ ଆଜି ଗ୍ରାମରେ ସାଧୁସେବା ଅନୁଷ୍ଠିତ ହୋଇଥିଲା। ଏଥିରେ ପଶ୍ଚି
ଦେବେଇପାଲିରେ ହରିନାମ ମହୋତ୍ସବ ଉଦଯାପିତ


ଦେବେଇପାଲିରେ ହରିନାମ ମହୋତ୍ସବ ଉଦଯାପିତ


ସମ୍ବଲପୁର, ୧୭ ଏପ୍ରିଲ୍(ହି.ସ.) – ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ଅନ୍ତର୍ଗତ ଦେବେଇପାଲିରେ ଚାରିଦିନିଆ ହରିନାମ ମହୋତ୍ସବ ବୁଧବାର ଉଦଯାପିତ ହୋଇଯାଇଛି। ମହାବିଷୁବ ସଂକ୍ରାନ୍ତି ଅବସରରେ ଏହି ମହୋତ୍ସବ ଆରମ୍ଭ ହୋଇଥିଲା। ମହୋତ୍ସବ ଅବସରରେ ଆଜି ଗ୍ରାମରେ ସାଧୁସେବା ଅନୁଷ୍ଠିତ ହୋଇଥିଲା। ଏଥିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ମଠ ଏବଂ ଆଶ୍ରମରୁ ସାଧୁମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସାଧୁମାନେ ପହଂଚିବା ପରେ ସେମାନଙ୍କୁ ଗ୍ରାମବାସୀ ସେବାକରି ଆର୍ଶୀବାଦ ଭିକ୍ଷା କରିଥିଲେ। ଏଥିରେ ବରଗଡ଼, ଝାରସୁଗୁଡ଼ା ଏବଂ ସମ୍ବଲପୁରର ବିଭିନ୍ନ ମଠରୁ ମଠାଧୀଶ ପ୍ରମୁଖଙ୍କ ସହ ବହୁ ସାଧୁସନ୍ଥ ସାମିଲ ହୋଇଥିଲେ। ଏହି ଅବସରରେ ଦେବେଇପାଲିରେ ଷୋହଳ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ବରଗଡ଼ କିର୍ତନ୍ୟ ଦଳ ଦଧିଭାଣ୍ଡରେ ସାମିଲ ହୋଇଥିଲେ। ସମସ୍ତ କାର୍ଯ୍ୟକ୍ରମ ବରଗଡ଼ ଅମ୍ବାପାଲି ନିକଟରେ ଜିରାନଦୀ କୂଳରେ ଥିବା ବେଣୁବାବା ମଠର ମଠାଧୀଶ ଭଗବାନ ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ୧୯୬୮ ମସିହାରୁ ଦେବେଇପାଲିରେ ନାମ ଯଜ୍ଞ କାର୍ଯ୍ୟକ୍ରମ ଆୟୋଜନ ହୋଇ ଆସୁଛି। ୨୦୦୧ ମସିହାରେ ବେଣୁବାବା ମଠର ମଠାଧିଶ ବାବାଜୀ ହରିଚରଣ ଦାସ ଦେବେଇ ପାଲିରେ ନାମ ଯଜ୍ଞକୁ ଭବ୍ୟ ରୁପ ଦେଇଥିଲେ। ସେହି ସମୟରୁ ନାମ ଯଜ୍ଞ ହରିନାମ ମହୋତ୍ସବର ରୂପ ନେଇ ଆସିଥିବା ମଠାଧୀଶ ଭଗବାନ ଦାସ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜକିଶୋର ପ୍ରଧାନ ଏବଂ ତାଙ୍କର ଧର୍ମପତ୍ନି ହସିନା ପ୍ରଧାନ କର୍ତାଭାବରେ ଦାୟିତ୍ୱ ସମ୍ପାଦନ କରିଥିଲେ। ସେହିପରି କାର୍ଯ୍ୟକ୍ରମରେ ଚତୁର୍ଭୁଜ ପାଢୀ ପୌରହିତ୍ୟ କରିଥିଲେ। ମହୋତ୍ସବରେ ବାବାଜୀ ହରୀଚରଣ ଦାସ ବାବାଙ୍କ ବିଗତ ଦିନର କାର୍ଯ୍ୟକ୍ରମ ଫଟୋ ଚିତ୍ର ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା। ନାମଯଜ୍ଞରେ ପାବପାଲି, ଖୁରୀଗାଁ, ପିଥମପୁର, କନଖିଣ୍ଡା, ଟାମ୍ପରକଲା, ବିଶାଲ ଖିଣ୍ଡା ଟିଠେଇପାଲି, ପିପଲପଡା, ବଞ୍ଜାରୀବାହାଲ ଆଦି ୨୦ ଟି ସଂର୍କିତନ୍ୟ ଦଲ ସାମିଲ ହୋଇଥିଲେ। ଗ୍ରାମରେ ତିନି ଦିନ ଧରି ଆନନ୍ଦ ବଜାର ଆୟୋଜନ କରାଯାଇଥିଲା ଯେଉଁଥିରେ ପ୍ରତିଦିନ ସହସ୍ରାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ। ଉଦଯାପନୀ ଅବସରରେ ଡଃ ବିନୋଦ ନାୟକ, ଆଶିଷ ହୋତା, ଗୋପାଳ ଅଗ୍ରୱାଲ, ବାବୁଲାଲ ଅଗ୍ରୱାଲ,କୁନିଆ ରତୱା ପ୍ରମୁଖ ସାମିଲ ହୋଇ ଆର୍ଶିବାଦ ଲାଭ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ମନୋଜ ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ଅନ୍ତରାମ ସାହୁ, ଉଦ୍ଧବ ନାୟକ, ବିନୋଦ ସାହୁ, ବୁଲୁ ପ୍ରଧାନ, ଅକ୍ଷୟ ପ୍ରଧାନ ଆଦି ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande