
ଜୟପୁର,୧୭ ଏପ୍ରିଲ୍ (ହି.ସ.) - ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ବିଭାଗର ମିଳିତ ଚଢାଉ କରାଯାଇଛି । ଚଢାଉ କରି ଅଭିଯୁକ୍ତ ଅମନ ନାଗ କ୍ରିଷ୍ଣା ନାଗ ସହ ୨ଜଣ ମହିଳାକୁ ଗିରଫ କରିଛି । ଜୟପୁର ଅବକାରି ନିରିକ୍ଷକ କାଯ୍ୟାଳୟ, ଅବକାରି ଥାନା, ଜିଲା ଫ୍ଲାଇଙ୍ଗ ସ୍କାର୍ଡର ମିଳିତ ଚଢାଉ କରାଯାଇଛି । ଚଢାଉ କରି ୪ ଅଭିଯୁକ୍ତ କୁ ଗିରଫ କରିଛି । ଉମୁରି, ରତ୍ନାକରଗୁଡା, ତୋଟା ସାହିରେ ଚଢାଉ କରି ୬୭ ଲିଟର ଦେଶି ମଦ ଜବତ କରିଛି । ଚଢାଉ ରେ ଜୟପୁର ଅବକାରି ଥାନା ଅଧିକାରି ସୁବତ୍ର କେଶାରି ହିରନ ଅବକାରି ନିରକ୍ଷକ ଅଜୟ ନାୟକ, ଜିଲା ଫ୍ଲାଇଙ୍ଗ ସ୍କାର୍ଡର ଦିବାକର ମହାପାତ୍ର ଏଏସଆଇ ଏଲିଜା ବିଷୋୟୀ ଉପସ୍ଥିତ ଥିଲେ । ୪ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ଅବକାରି ବିଭାଗ ତରଫରୁ ସୁଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି