
କେନ୍ଦ୍ରାପଡ଼ା, ୧୭ ଏପ୍ରିଲ୍ (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲ।ପାଳ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ ପ୍ରତ୍ୟକ୍ଷ ତତ୍ଵାବଧ।ନରେ କେନ୍ଦ୍ରାପଡ଼ା ଜିଲ୍ଲାର ଜମ୍ବୁମେରାଇନ, କୁଦାନଗରୀ, କେନ୍ଦ୍ରାପଡ଼ା ଟାଉନ, କେନ୍ଦ୍ରାପଡ଼ା ଟାଉନ ଓ ନିକିରେଇ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇ ପ୍ରଭାକରପୁର ଗ୍ରାମର ଦୀପ୍ତି ଖିଲାରଙ୍କ ଠାରୁ ୩୫ ଲିଟର ଦେଶୀ ରନ୍ଧା ମଦ, ରୋହିତ ଖିଲାରଙ୍କ ଠାରୁ ୧୦୦୦ ଲିଟର ଗୁଡ଼ାପୋଚ, ରବି ଖିଲାରଙ୍କ ଠାରୁ ୯୦୦ ଲିଟର ଗୁଡପୋଚ, ମାହାଙ୍ଗା ଗ୍ରାମର ରମାକାନ୍ତ ବେହେରାଙ୍କ ଠାରୁ ୩୨ ଲିଟର ବିଦେଶୀ ମଦ, ବଡହାଟ ଗ୍ରାମର ମୁନା ମହାରଣାଙ୍କ ଠାରୁ ୨୩ ଲିଟର ବିଦେଶୀ ମଦ, ବଳଗଣ୍ଡି ଗ୍ରାମର କଳ୍ପନା ସାହୁଙ୍କ ଠାରୁ ୨୦ ଲିଟର ଦେଶୀ ରନ୍ଧା ମଦ, କୋର ଗ୍ରାମର ଅଭିମନ୍ୟୁ ବେହେରାଙ୍କ ଠାରୁ ୨୪ ଲିଟର ବିଦେଶୀ ମଦ, ଗୁଲନଗର ଗ୍ରାମର ଅଶୋକ ମଳିକଙ୍କ ଠାରୁ ୩୦ ଲିଟର ଦେଶୀ ମଦ ଓ ଜଳନ୍ଧର ଗ୍ରାମର ଜଣକ ଠାରୁ ୨୫ ଲିଟର ଦେଶୀ ମଦ ଜବତ କରାଯାଇ ଏମାନଙ୍କୁ ଗିରଫ କରାଯାଇ ଅଛି । ଏମାନଙ୍କ ଠାରୁ ସମୁଦାୟ ୨୦୮୯ ଲିଟର ବିଦେଶୀ, ଦେଶୀ, ଦେଶୀ ରନ୍ଧା ମଦ ଓ ଗୁଡ଼ପୋଚ ଜବତ କରାଯାଇ ୯ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଅଛି ।
ଏହି ଚଢ଼ଉରେ ଅବକାରୀ ଉପ ନିରିକ୍ଷକ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, ମିସ ଋତୁପ୍ରଭା ସ୍ବାଇଁ ଓ ଅନ୍ୟ କର୍ମଚାରି ସାମିଲ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି