
କେନ୍ଦ୍ରାପଡା, ୧୭ ଏପ୍ରିଲ୍ (ହି.ସ.)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଂଚାୟତ ଖମରପଡା ଗ୍ରାମର ଗଗନ ମଳିକ ଅପରାହ୍ନ ସମୟରେ ବିଲକୁ ମୁଗ ଉପାଡିବା ପାଇଁ ରେଳ ଧାରଣା ଅତିକ୍ରମ କରି ଯାଉଥିବା ସମୟରେ ରେଳ ଦୁର୍ଘଟଣାରେ ସେ ପ୍ରାଣ ହରାଇଛନ୍ତି ।ତାଙ୍କ ମୁଣ୍ଡରେ ଜୋର୍ ଆଘାତ ଲାଗିବାରୁ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ସ୍ଥାନୀୟ ପୋଲିସ୍ ଓ ରେଳ ବିଭାଗ ପୋଲିସ ସହାୟତାରେ ତାଙ୍କ ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ରବି