
ଘଟଗାଁ ୧୭ ଅପ୍ରେଲ (ହି.ସ) - ଆନନ୍ଦପୁରରେ ଆରାଧ ଦେବତା ଶ୍ରୀ ଶ୍ରୀ ସନରଙ୍କର ପାର୍ଶ୍ୱରେ ଥିବା ହରିଦ୍ୱାର ଓ ସଂଲଗ୍ନ ପଦେବୀକୁ ଜଙ୍ଗଯଜ ୨୩ଳ ରାଜ୍ୟ ରାଜପଥ ସମ୍ପ୍ରସାରଣ କରିବା ପାଇଁ କେତେକ ନ୍ୟସ୍ତସ୍ୱର୍ଥ ବ୍ୟକ୍ତିଙ୍କ ରସାଳରେ ୧୩ତାରିଖ ସୋମବର ଏକାଦଶୀ ଘିଅ ଦିନ ଦ୍ୱିପ୍ରହରେ ଜନୈକ ପାକପ୍ ଭାଇନ ସଂଯୋଗକତା ଠିକନ୍ଦରଙ୍କ ନିର୍ଦ୍ଦେଶରେ ବେଣ ଶ୍ରମିକ ପାଚେରୀ ଭାଙ୍ଗୁଥିବା ଦେଖିବାକୁ ମିଳିଥିଲା । ଉକ୍ତ ଘଟଣା ସ୍ଥାନୀୟ ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ଦେଇଥିବା ବେଳେ ଏହି ଘଟଣା ସମ୍ପର୍କରେ ଆଇନୀଜିବୀ ସୁଦାମ ଚରଣ ମଙ୍ଗଳ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ପ୍ରଧାନଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ଦେବୋତର ବିଭାଗ ତରଫରୁ କୌଣସି ନିର୍ଦ୍ଦେଶ ଦିଆଯାଇନଥିବା ପ୍ରକାଶ କରିଥିଲେ । ଘଟଣା ସମ୍ପର୍କରେ ଆଇନୀ ଜିବୀ ଜଣକ ମୁଖ୍ୟମନ୍ତ୍ରୀ, ଉପ-ଜିଲ୍ଲାପାଳ, ତହସିଲଦାର ଓ ଆନନ୍ଦପୁର ଅନ୍ୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦେବାପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ୧୩୧୬ ସାଲ ରେ କେନ୍ଦୁଝର ରାଜା ଗୋପି ନାଥ ନାରାୟଣ ଭଞ୍ଜ ଶ୍ରୀ ଶ୍ରୀ ଦଧିବାମନଙ୍କ ମନ୍ଦିର ନିର୍ମାଣ କରାଇଥିବା ବେଳେ ଶାସିତ ମାନଙ୍କ ନିର୍ଦ୍ଦେଶ ମତେ ଏହି ମନ୍ଦିର ଏପରି ଭାବେ ନିର୍ମାଣ କରାଯାଇଛି ସହାକୁ ଅ ରୁଣ ସ୍ତମ୍ବ ନିକଟରୁ ତିନି ନିଆଁଙ୍କୁ ସିଧାସଳଖ ଦର୍ଶନ ମିଳିଥାଏ । ଏଥି ସହିତ ସକାଳର ସୂର୍ଯ୍ୟଙ୍କ ପ୍ରଥମ ନିରଣ ମହାପ୍ରଭୁଙ୍କ ଉପରେ ପଡିଥିବାର ଦୃଶ୍ୟ ଯା ହାକି ଅନ୍ୟ ମନ୍ଦିରରେ ବିରଳ ଥାଏ । ୫୦୦ ବର୍ଷକୁ ଭକ୍ତି ପ୍ରଚୀନ କିର୍ତିରାଜି ବହନ କରିଆସୁଥିବା ମନ୍ଦିର ପରିସରରେ ଥିବା କିଛି ଭୂମିକୁ ୨୦୧୭-୧୮ ମସିହାରେ ତତ୍କାଳୀନ ଦେବୋତର ବିଭାଗ ର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପ-ଜିଲ୍ଲାପାଳ ସମ୍ପ୍ରସାରଣ ନିମନ୍ତେ ନାତିକାରୀର ବୃତି ପୂର୍ତ ଓ ଗୃହ ନିର୍ମାଣ ବିଭାଗକୁ ବିକ୍ରି କରିବା ପାଇଁ ଅନୁମତି ଆଣିଥିଲେ। ଉକ୍ତ ସ୍ଥାନରେ ଲକ୍ଷ୍ମୀ ମନ୍ଦିର ଓ ହସ୍ତଦ୍ୱାର ନଥବା ଏବଂ ଏହାକୁ ବେଢା ପରିକ୍ରମା କରିବା ପାଇଁ ବ୍ୟବହାର କରାଯାଉଥିବାରୁ ୧୦ ଲକ୍ଷ ଟଙ୍କାରେ ପୂର୍ତ ଓ ଗୃହ ନିର୍ମାଣ ବିଭାଗକୁ ବିକ୍ରି କରଯାଇଥିଲା । ଅନ୍ୟ ପକ୍ଷରେ ତା' ଲକ୍ଷ୍ମୀଙ୍କ ମନ୍ଦିର ପୁରାତନ ମନ୍ଦିର ହୋଇଥିବାରୁ ଏହା ବାମପାର୍ଶ୍ୱକୁ ଢ଼ଳି ପଡ଼ିବା ଏବଂ ହସ୍ତି ଦ୍ୱାରକୁ ଭଙ୍ଗାଯାଇ ଏକ ଫାଟକ ଭକ୍ତମାନଙ୍କର ଯାତାୟତର ସୁବିଧା ନିମନ୍ତେ ନିର୍ମାଣ କରାଯିବା ଓ ସଂଙ୍କୁଚିତ ରାସ୍ତାର ଯାନବାହନ ଚଳାଚଳରେ ଅସୁବିଧା ଯୋଗୁଁ ରାସ୍ତାକୁ ସମ୍ପ୍ରସାରଣ କରିବା ନିମନ୍ତେ ଏକ ଟିମ ପରିଦର୍ଶନରେ ଆସିଥିବାର ସେତେକ ଭକ୍ତଙ୍କ ଠାରୁ ସୂଚନା ମିଳିଛି । ଗତ କିଛିମାସ ପୂର୍ବେ ଏହି ପାଚେରୀ ଥିବା ସ୍ଥାନ ଓ ଦୋକାନ ଗୃହକୁ କେତେକ ଦୁର୍ବୃତ ଭାଙ୍ଗି ଚାଲିଥିବା ବେଳେ ଦେବୋତର ର ଏବଂ ପୂର୍ତ ଗୃହ ନିର୍ମାଣ ବିଭାଗର କୌଣସି କର୍ମଚାରୀ ଉପସ୍ଥିତ ନଥିବା ଦେଖିବାକୁ ମିଳିଛି । ଅପରପକ୍ଷେ ମନ୍ଦିର ପାଇଁ ରାଜ୍ୟ ରାଜପଥର ଅନ୍ୟ ପାର୍ଶ୍ୟରେ ବିଭିନ୍ନ ଦୋକାନ ଗୃହ ଧୀରେ ଧୀରେ ରାଜପଥକୁ ବଢାଇ ଚାଲୁଥିବା ବେଳେ ପ୍ରଶାସନ ଜାଣି ନ ଜାଣିବା ପ ରି ନିରବ ରହିବା, ମନ୍ଦିର ବେଢା ଭାଙ୍ଗି ରାସ୍ତା ଓସାରିଆ କରିବା ପରିବେର୍ତେ ବାମପାଶ୍ୱର୍କୁ ଉଚ୍ଛେଦ ବୁଦ୍ଧି ଜିବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ମନ୍ଦିର ପରିସରରେ ପୁରାତନ ଚର୍ ଚର୍ଚ୍ଚ କିମ୍ବା ମସଜିଦ୍ ଅବସ୍ଥିତ ରହିଥିଲେ ଏହାକୁ ଭଙ୍ଗା ଯାଇଥିଲେ ଅଇନ ଶୃଙ୍ଖଳା ପରିସ୍ଥିତି ହୋଇ ଥାନ୍ତା ବୋଲି କେତେକ ଭକ୍ତ ମତବ୍ୟକ୍ତ କରିଛନ୍ତି ।
ସହର ସୌନ୍ଦର୍ଯ୍ୟକରଣ କରିବା ପାଇଁ ସୁନୀୟ ଉପଜିଲା ପାଳ ହନୁମାନ ମନ୍ଦିର ଠାରୁ ବ୍ରିଜଛକ ପର୍ଯ୍ୟନ୍ତ ଏକ ପ୍ଲାଏ ଓଭର ବ୍ରିଜ ନିର୍ମାଣ କରିବା ନିମନ୍ତେ ସରକାର ଯଥେଷ୍ଟ ଏର୍ଥ ନିନିଯୋଗ କରିବା ନିମନ୍ତେ ଜନସାଧାରଣମାନଙ୍କ ପକ୍ଷରୁକୁ ଦାବୀ କରାଯାଇଛି । ସୁପ୍ରିମ୍ କୋର୍ଟ ୨୦୦୧ ମସିହାର ଏକ ମାମଲାର ବିଚାର କରି ମନ୍ଦିର ସମ୍ପତି ଦେବତାଙ୍କର ଏହାକୁ ଜିଲ୍ଲାପଳ ତଥା ଦେବୋତର ଅଧିକାରୀ ବିକ୍ରି କରିପାରିବେ ନାହିଁ । ଜିଲ୍ଲାପାଳ ମନ୍ଦିର ଜମିର ମାଲିକ ନୁହନ୍ତି । ସେ କେବଳ ପରିଚଳକ ବୋଲି ବିଚାର କରି ଶୁଣଇଛନ୍ତି।
ଗତ ୨୦୨୪ ଡିସେମ୍ବର ୨୨ତାରିଖ ଦିନ ତତ୍କାଳ ଉପ-ଜିଲ୍ଲାପାଳ ମନ୍ଦିର ପାର୍ଶ୍ୱରେ ଥିବା ଦୋକାନ ଗୃହ ଗୁଡିକୁ ଖାଲି କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ନେଇ ଏକ ମାମଲା ସୁପ୍ରିମ କୋର୍ଟରେ କରାଯାଇଥିଲା । ପଇବ । ସମୟରେ ଗତ ୨୦୨୬ ଜାନୁଆର ୨ ତାରିଖରେ ସ୍ଥାନୀୟ ଉପ-ଜିଲ୍ଲାପାଳ ଉକ୍ତ ଗୃହ ନିର୍ମାଣ ନାମରେ ଦିଲ୍ଲୀ କରିଦେଇଥିରେ । ଯେଉଁଥି ପାଇଁ ପୁନର୍ବାର ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ପକ୍ଷରେ ଜିଲାପାଳ ବିଶାଳ ସିଂଙ୍କ ନାମରେ ଅଦାଲଦ ଅବମାନନା ମାମଲା ଦାୟର କରାଯାଇଥିଲା । ଯାହାକି ଏବେ ବିଚରାଧନ ରହିଛି । ଦୁଇ ଦୁଇଟି ମାମଲା ସୁପ୍ରିମ୍ କୋର୍ଟରେ ବିଚାରଧନ ଥିବା ବେଳ ଆଇନକୁ ଦେଖାତିର କରି କେତେକ ବ୍ୟକ୍ତି ମନ୍ଦିର ପାଚେରୀକୁ ଭାଙ୍ଗୁଦେଉଥିବାର ଦେଖିବାକୁ ମିଳିଛି । ବର୍ତମାନ ସରକାର ପ୍ରାଚିନ ମନ୍ଦିର, ଐତିହ୍ୟ କି ରାଜିକୁ ସୁରଣା ଦେଉଥିବା ବେଳେ ରାଜ୍ୟରେ ଏଭଳି ଘଟଣା ଦୁର୍ଭାଗ୍ୟଜନକ ବୋଲି ଜଗନ୍ନାଥ ପ୍ରେମୀମାନେ ପ୍ରକାଶ କରିଛନ୍ତି । ଆନନ୍ଦପୁର ଉପ-ଜିଲ୍ଲାପାଳ ଆନନ୍ଦପୁର ବାସୀଙ୍କ ସହ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇ ପାରିବ ବୋଲି ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଦାବୀ କରାଯାଉଛି ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ