
ଭୁବନେଶ୍ୱର, ୧୭ ଏପ୍ରିଲ (ହି.ସ.)- ନୂତନ ଆଇନ ଲାଗୁ ହେବା ପରେ ମାମଲାର ତ୍ୱରିତ ବିଚାର କରାଯାଇ ପୀଡ଼ିତ/ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରାଯାଇଛି ବୋଲି ଡିଜିପି ୱାଇ ବି ଖୁରାନିଆ କହିଛନ୍ତି।
ଏସମ୍ପର୍କରେ ସୂଚନା ଦେଇ /ଡଡିଜିପି କହିଛନ୍ତି ଭୁବନେଶ୍ୱର ସହରାଞ୍ଚଳ ଅନ୍ତର୍ଗତ ଚନ୍ଦକା ଥାନାରେ ମାମଲା ସଂଖ୍ୟା ୩୪୭, ତା ୦୨.୦୯.୨୦୨୫ ରିଖ ରେ ଧାରା ୬୪(୧)/୩୫୧ (୨) ଭାରତୀୟ ନ୍ୟାୟ ସଂହିତା /୬ ପୋକସୋ ଆଇନ ଅନୁସାରେ ପଞ୍ଜୀକୃତ ହୋଇଥିଲା ଏବଂ ୩୭ ଦିନରେ ମାମଲାର ତ୍ୱରିତ ବିଚାର କରାଯାଇ ଦୋଷୀ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫୦.୦୦୦ ଟଙ୍କା ଜୋରିମାନା ରେ ଦଣ୍ଡିତ କରି ପୀଡ଼ିତା କୁ ନ୍ୟାୟ ପ୍ରଦାନ କରାଯାଇଛି ।
କଟକ ସହରାଞ୍ଚଳ ଅନ୍ତର୍ଗତ ବାରଙ୍ଗ ଥାନା ରେ ମାମଲା ସଂଖ୍ୟା ୧୮୨, ତା ୧୧.୦୪ .୨୦୨୫ ରିଖରେ ପଞ୍ଜୀକୃତ ହୋଇଥିଲା ଏବଂ ୮୮ ଦିନରେ ମାମଲାର ତ୍ୱରିତ ବିଚାର କରାଯାଇ ଦୋଷୀ କୁ ୧୦ ବର୍ଷ ସଜ୍ଜା ସହିତ ୨୦.୦୦୦ ଟଙ୍କା ଦଣ୍ଡ ବିଧାନ କରି ପୀଡ଼ିତା କୁ ନ୍ୟାୟ ପ୍ରଦାନ କରାଯାଇଛି । ଭୁବନେଶ୍ୱର ସହରାଞ୍ଚଳ ଅନ୍ତର୍ଗତ ଲିଙ୍ଗରାଜ ଥାନାରେ ୦୪.୦୬.୨୦୨୫ ରେ ହୋଇଥିବା ମାମଲାରେ ୮୯ ଦିନ ମଧ୍ୟ ରେ ମାମଲାର ତ୍ୱରିତ ବିଚାର କରାଯାଇ ଦଣ୍ଡବିଧାନ କରି ପୀଡ଼ିତା ଙ୍କୁ ନ୍ୟାୟ ପ୍ରଦାନ କରାଯାଇଛି । ମୟୁରଭଞ୍ଜ ଉଦଳା ଥାନା କେସ୍ ନମ୍ବର ୧୬୬, ତା. ୨୯.୦୪.୨୦୨୫ ଏକ ଗଣ ଦୁଷ୍କର୍ମ ମାମଲାରେ ୧୪୯ ଦିନରେ ମାମଲାର ତ୍ୱରିତ ବିଚାର କରାଯାଇ ଦୋଷୀ କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦.୦୦୦ ଟଙ୍କା ଅର୍ଥଦଣ୍ଡ ରେ ଦଣ୍ଡିତ କରି ପୀଡ଼ିତା କୁ ନ୍ୟାୟ ପ୍ରଦାନ କରାଯାଇଛି ।
ମୟୁରଭଞ୍ଜ ଶରତ ଥାନା ପୋକସୋ ଆଇନ ଅନୁସାରେ ପଞ୍ଜୀକୃତ ମାମଲାରେ୧୫୩ ଦିନରେ ତ୍ୱରିତ ବିଚାର କରାଯାଇ ଦୋଷୀ କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରାଯାଇଛି । କଟକ କଟକ ଗ୍ରାମାଞ୍ଚଳ ନିଆଳି ଥାନା କେସ୍ ନମ୍ବର ୨୩୪, ତା. ୨୩.୦୫.୨୦୨୫ ରିଖରେ ପଞ୍ଜୀକୃତ ମାମଲାର ୧୫୪ ଦିନରେ ତ୍ୱରିତ ବିଚାର କରାଯାଇ ଦୋଷୀ କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦.୦୦୦ଅର୍ଥ ଦଣ୍ଡ ରେ ଦଣ୍ଡିତ କରି ପୀଡ଼ିତା କୁ ନ୍ୟାୟ ପ୍ରଦାନ କରାଯାଇଛି ।ନୂତନ ଆଇନର ସଫଳ ରୂପାୟନ ଓ ପ୍ରୟୋଗ ଆଧାରରେ ଓଡ଼ିଶା ପୋଲିସ ରାଜ୍ୟରେ ଦଣ୍ଡବିଧାନ ହାରରେ ଅଭୂତପୂର୍ବ ସଫଳତା ଆଣି ପାରିଛି ।
ଏହି ସଫଳତାକୁ ସମ୍ମାନ ଜଣାଇ ଆଜି କଟକ ପୁଲିସ ମୁଖ୍ୟାଳୟ ସ୍ଥିତ ଆର. କେ. ପାଢି ମେମୋରିଆଲ ହଲ ଠାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ଏଥିରେ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୋଟ ୬୮ ଜଣ ପୋଲିସ ଅଧିକାରୀ ଓ ସରକାରୀ ଓକିଲଙ୍କୁ ସମ୍ମାନିତ କରିଛନ୍ତି । ଏଥି ମଧ୍ୟରେ ୧୦ ଜଣ ଏସପି, ୧୫ ଜଣ ତଦାରଖ ଅଧିକାରୀ, ୧୭ ଜଣ ସରକାରୀ ଓକିଲ ଓ ୨୬ ଜଣ ତଦନ୍ତକରି ପୁଲିସ ଅଧିକାରୀ ଉପସ୍ଥିତ ଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ତା.୦୧.୦୭.୨୦୨୪ ରୁ ତା.୩୧.୧୨.୨୦୨୫ ମଧ୍ୟରେ ନୂତନ ଆଇନ ବଳରେ, ଯେଉଁଥିରେ ଅଭିଯୁକ୍ତଙ୍କୁ ୭ ବର୍ଷରୁ ଅଧିକ କାରାଦଣ୍ଡ ମିଳିଛି,ସେଥିମଧ୍ୟରୁ ୨୭ ଟି ସମ୍ବେଦନଶୀଳ ମାମଲାରେ ତଦନ୍ତକାରୀ ଦଳକୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଛି । ଏଥି ମଧ୍ୟରେ ୨୧ ଟି ପୋକସୋ ଆକ୍ଟଟ , ୩ ଟି ହତ୍ୟା ଉଦ୍ୟମ, ଗୋଟିଏ ଦୁଷ୍କର୍ମ ଓ ୨ ଟି ଗଣ ଦୁଷ୍କର୍ମ ମାମଲା ରହିଛି । ଏହି କେସ ଗୁଡିକର ତଦନ୍ତ ସମୟରେ ବୈଜ୍ଞାନିକ ପଦ୍ଧତି, ଡିଏନଏ ତଥ୍ୟ ସଂଗ୍ରହ ପ୍ରକ୍ରିୟା,ଇ- ସାକ୍ଷ୍ୟ ପଦ୍ଧତି ଆଦି ବ୍ୟବହାର କରାଯାଇଛି । ତଦନ୍ତ ଶେଷରେ ବିଚାର ପ୍ରକ୍ରିୟାକୁ ମଧ୍ୟ ଅତି କୁଶଳତାର ସହିତ ତଦାରଖ କରାଯାଇଛି । ନୂତନ ଆଇନ ପୋଲିସର ବୃତ୍ତିଗତ ଦକ୍ଷତା, ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଏବଂ ସାକ୍ଷ୍ୟ ପ୍ରମାଣ ସଂଗ୍ରହ ଶୈଳୀରେ ବ୍ୟାପକ ସୁଧାର ଆଣିଛି।ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ଉତ୍ତମ ତଦନ୍ତ ପାଇଁ ତଦନ୍ତକାରୀ ଅଧିକାରୀ ମାନଙ୍କୁ ନଗଦ ୫୦୦୦ ଅର୍ଥରାଶି ସହିତ ପ୍ରଶଂସାପତ୍ର ପ୍ରଦାନ କରିଥିବା ବେଳେ ଏସପି,ତଦାରଖକାରୀ ଅଧିକାରୀ ଏବଂ ସରକାରୀ ଓକିଲଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ ବ୍ରାଂଚ) ବିନୟତୋଷ ମିଶ୍ର, ଆରକ୍ଷୀ ମହା ନିରିକ୍ଷକ ଡଃ ସାର୍ଥକ ଷଡ଼ଙ୍ଗୀ,ଦଣ୍ଡବିଧି ତଦନ୍ତ ବିଭାଗ,ଅପରାଧ ଶାଖା ଙ୍କ ସମେତ ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା