
ଝାରସୁଗୁଡ଼ା,୧୭ ଏପ୍ରିଲ୍ (ହି.ସ.) - ବଡମାଲ ଥାନା ପୁଲିସ ଏକ ବିଶେଷ ଅଭିଯାନରେ ବେହେରାପାଳି ଅଂଚଲରୁ ଏକ ସ୍କୁଟି ସହ ପ୍ରାୟ ୪ କିଲୋ ଗଞ୍ଜେଇ ଜବତ କରିଥିବା ବେଳେ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତଙ୍କୁ ସୁଧୀର ରଞ୍ଜନ ପଟ୍ଟନାୟକ (୪୮) ବୋଲି ପରିଚୟ ମିଳିଛି। ସୂଚନା ଅନୁଯାୟୀ, ପୁଲିସ ଗୁପ୍ତ ସୂଚନାର ଆଧାରରେ ଅପରାହ୍ନ ସମୟରେ ବେହେରାପାଳି ରାସ୍ତା କଡରେ ଛିଡା ହୋଇଥିବା ବେଳେ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଅଭିଯୁକ୍ତଙ୍କ ନିକଟରୁ ୪କିଲୋ ୨୦୦ ଗ୍ରାମ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା। ଏହା ସହିତ, ପୁଲିସ ଗଞ୍ଜେଇ ଚାଲାଣ ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରାଯିବା ସହ ଆଗାମୀ ଆଇନାନ୍ମୁଖୀ କାର୍ଯ୍ୟାନୁଷ୍ଠାନ ଚାଲିଛି ବୋଲି ବଡମାଲ ଥାନା ପକ୍ଷରୁ ସୂଚନା ମିଳିଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ