ଜୈବିକ ସାର ଉପରେ ସଚେତନତା କାର୍ଯ୍ୟକ୍ରମ
କେନ୍ଦ୍ରାପଡା, ୧୭ ଏପ୍ରିଲ୍ (ହି.ସ.)- କେନ୍ଦ୍ରାପଡା ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଜୈବିକ ସାର ଉପରେ ଏକ ସଚେତନତା କାର୍ଯ୍ୟକ୍ରମ କୃପାଳୁ ଅର୍ଗାନିକ୍ସ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ସେଲ୍ସମ୍ୟାନେଜର ପଙ୍କଜ ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ
ଜୈବିକସାରଉପରେସଚେତନତାକାର୍ଯ୍ୟକ୍ରମ ।


କେନ୍ଦ୍ରାପଡା, ୧୭ ଏପ୍ରିଲ୍ (ହି.ସ.)- କେନ୍ଦ୍ରାପଡା ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଜୈବିକ ସାର ଉପରେ ଏକ ସଚେତନତା କାର୍ଯ୍ୟକ୍ରମ କୃପାଳୁ ଅର୍ଗାନିକ୍ସ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ସେଲ୍ସମ୍ୟାନେଜର ପଙ୍କଜ ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଡି.ଆର୍ .ସି.ଏସ୍ ପ୍ରଭାକର ନାୟକ, ଏ.ଆର୍ .ସି.ଏ. ସ୍ଯୋ ଗେନ୍ଦ୍ର ବିଶ୍ୱାଳ, ସଂଗ୍ରାମ କର, ଅନୁଚରଣ ପାଲ୍ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ଶତାଧିକ ପ୍ୟାକ୍ସ ସମ୍ପାଦକ ମାନଙ୍କୁ ଜୈବିକ ସାରର ବିଭିନ୍ନ ଉପକାରୀତା ସମ୍ପର୍କରେ ଆଲୋକପାତ କରିଥିଲେ ।ମାଟିର ଜଳ ଧାରଣ କ୍ଷମତା ବୃଦ୍ଧି କରିବା ସହ ମାଟିର ଗଠନ ବିପତନରେ ସାହାଯ୍ୟ କରେ । ଫସଲରେ ଆଲୋକ ସଂଶ୍ଲେଷନରେ ସାହାଯ୍ୟ କରିବା ଦ୍ୱାରା ଗଛ ସୂଚାରୁରୂପେ ଖାଦ୍ୟ ତିଆରି କରିଥାଏ, ଗଛର ରୋଗପୋକ ପ୍ରତିରୋଧକ ଶକ୍ତିକୁ ବଢାଇ ଗଛକୁସୁସ୍ଥସବଳ ରଖେ, ପ୍ରଭାବରେ ଗଛରେ ପୃଷ୍ଟି ଓ ଚକଚକିଆ ଫୁଲ ଫଳ ଧରିଥାଏଏବଂ ଅମଳକୁ ମଧ୍ୟ ବଢାଇଥାଏ, ପ୍ରଭାବ ଦୀର୍ଘସ୍ଥାୟୀ, ନିରାପଦ ଓ ମରୁଡିଭଳି ପରିସ୍ଥିତିରୁ ଗଛକୁ ରକ୍ଷା କରିଥାଏ, କୃପାଳୁ ପଟାସଜୈବିକ ପଦାର୍ଥରେ ତିଆରି ହୋଇଥିବାରୁ ଏହା ପରିବେଶ ଅନୁକୂଳଏବଂ ପାଶ୍ୱର୍ ପ୍ରତିକ୍ରିୟାରହିତ ଅଟେ । ଏହା ସହିତ ସାରର ଉପକାରୀତା ସମ୍ପର୍କରେ କୃଷି ସମବାୟ ସମିତିର ସମ୍ପାଦକ ମାନଙ୍କୁ ସଚେତନ କରାଇଥିଲେ ।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜମଧର ପ୍ୟାକ୍ସର ସମ୍ପାଦକ ବୈରାଗୀ ଚରଣ ସାହୁ, ଭରତପୁରର ସୁବୋଧ ଲେଙ୍କା, ବାରୁଅର ଶ୍ରୀହତ୍ସ ମହାନ୍ତିଙ୍କ ସମେତ ସମସ୍ତ ପାକ୍ସ ସମ୍ପାଦକ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande