ବିଜୁବାବୁଙ୍କ ସ୍ମୃତି ଦିବସରେ ସେବା କାଗଜ କଳ ଶ୍ରମିକ ମାନଙ୍କ ତାଙ୍କ ପ୍ରତିମୂର୍ତି ତଳେ ସ୍ମୃତି ସଭା ଓ ଧାରଣା
ଜୟପୁର, ୧୭ ଏପ୍ରିଲ୍ (ହି.ସ.) - ଆଜି ପ୍ରବାଦ ପୁରୁଷ ବିଜୁବାବୁଙ୍କ ସ୍ମୃତି ଦିବସ ଅବସରରେ ସେବା କାଗଜ କଳ ଶ୍ରମିକ ସଂଘ ଓ ଅବସରପ୍ରାପ୍ତ ଶ୍ରମିକ ମାନଙ୍କ ପକ୍ଷରୁ ବିଜୁ ଙ୍କ ପ୍ରତିମୂର୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରି ବ୍ୟାନର ପୋଷ୍ଟର ଧରି ଧାରଣା ଦେଇଥିଲେ ଏବଂ ବିଜୁବାବୁଙ୍କ ସେବା କାଗଜ କଳ ପୁନରୁଦ୍
ବିଜୁବାବୁଙ୍କ ସ୍ମୃତି ଦିବସରେ ସେବା କାଗଜ କଳ ଶ୍ରମିକ ମାନଙ୍କ ତାଙ୍କ ପ୍ରତିମୂର୍ତ୍ତି ତଳେ ସ୍ମୃତି ସଭା ଓ ଧାରଣା ।


ଜୟପୁର, ୧୭ ଏପ୍ରିଲ୍ (ହି.ସ.) - ଆଜି ପ୍ରବାଦ ପୁରୁଷ ବିଜୁବାବୁଙ୍କ ସ୍ମୃତି ଦିବସ ଅବସରରେ ସେବା କାଗଜ କଳ ଶ୍ରମିକ ସଂଘ ଓ ଅବସରପ୍ରାପ୍ତ ଶ୍ରମିକ ମାନଙ୍କ ପକ୍ଷରୁ ବିଜୁ ଙ୍କ ପ୍ରତିମୂର୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରି ବ୍ୟାନର ପୋଷ୍ଟର ଧରି ଧାରଣା ଦେଇଥିଲେ ଏବଂ ବିଜୁବାବୁଙ୍କ ସେବା କାଗଜ କଳ ପୁନରୁଦ୍ଧାର ପାଇଁ କରିଥିବା ଉଦ୍ୟମ କୁ ମନେ ପକେଇ ବର୍ତମାନ ବନ୍ଦ ଥିବା କାଗଜକଳକୁ ଚାଲୁ କରିବା ସହ ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ପାଇଁ ସ୍ୱର ଉତୋଳନ କରିଥିଲେ ।

ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ୧୯୯୦ ରେ ଓଡ଼ିଶା ରେ ଜନତା ଦଳ, ସିପିଆଇ,ସିପିଏମ ସରକାର ପ୍ରତିଷ୍ଠା ହେବା ପରେ କାଗଜ କଳ କୁ ବିଭିନ୍ନ ରିହାତି ଦେଇ ଥାପର ଗୃପ୍ ଦ୍ୱାରା ପୁନଃ ଚାଳିତ କରେଇଥିଲେ। କାଗଜ କଳ ପ୍ରାୟ ଦଶ ହଜାର ଲୋକଙ୍କୁ ଉପାର୍ଜନ ଦେଉଥିଲା ଏବଂ ଜୟପୁରର ଅର୍ଥନୈତିକ ଜୀବନ ରେଖା ଭାବେ ପରିଗଣିତ ହେଉଥିଲା । ବର୍ତମାନ କାରଖାନା ଏବଂ ଶ୍ରମିକ ମାନେ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି ।

କାରଖାନା ଦୁଇ ବର୍ଷ ହେଲା ଉତ୍ପାଦନ ବନ୍ଦ , ଶ୍ରମିକ ମାନଙ୍କୁ ଦରମା ନାହିଁ , ଅବସରପ୍ରାପ୍ତ ଶ୍ରମିକ ମାନଙ୍କ ପାଉଣା ନାହିଁ , ଠିକା କର୍ମଚାରୀ ମାନଙ୍କ ଦରମା , ପି ଏଫ୍ ର କୈ।ଣସି ଠିକଣା ନାହିଁ ବୋଲି ଶ୍ରମିକ ନେତା ଶ୍ରୀ ପ୍ରମୋଦ କୁମାର ମହାନ୍ତି ସ୍ପଷ୍ଟ ଅଭିଯୋଗ କରିଛନ୍ତି।

ଏଥି ମଧ୍ୟରେ ପ୍ରାୟ ସତୁରି ଜଣ ଶ୍ରମିକ ମୃତ୍ୟୁବରଣ କଲେଣି ଏବଂ ଅନେକ ଶ୍ରମିକ ରୋଗ ଶଯ୍ୟାରେ । ଯନ୍ତ୍ରଣା ଅସହ୍ୟ ହେଲାଣି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନି ଥର କୋରାପୁଟ ଆସି କାଗଜ କଳ ଚାଲୁ କରିବା କଥା ଘୋଷଣା କରିଛନ୍ତି କିନ୍ତୁ ସବୁ ପାଣିର ଗାର । ଆଜିର କାର୍ଯ୍ୟକ୍ରମରେ ସର୍ବଶ୍ରୀ ବସନ୍ତ ବେହେରା, ପ୍ରମୋଦ କୁମାର ତିୱରୀ ,ସୁବାଷ ବେହେରା,କେ ସତ୍ୟନାରାୟଣ , ହରି ଷଡ଼ଙ୍ଗୀ, ରାମେଶ୍ୱର ପାଶ୍ୱନ, ଭାସ୍କର ମିଶ୍ର ସୁନାଧର ନାୟକଙ୍କ ସମେତ ଅନେକ କର୍ମଚାରୀ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande