ବୋଲେରୋ ଚଢ଼ାଇ ହତ୍ୟା ମାମଲା : ରାମସିଂ ମୁଣ୍ଡାକୁ ଆଜୀବନ କାରାଦଣ୍ଡ
କେନ୍ଦୁଝର, ୧୭ ଏପ୍ରିଲ୍ (ହି.ସ.)- କେନ୍ଦୁଝରରେ ବୋଲେରୋ ଚଢ଼ାଇ ହତ୍ୟା ମାମଲାରେ ଅଭିଯୁକ୍ତ ରାମସିଂ ମୁଣ୍ଡାକୁ ଆଜୀବନ କାରାଦଣ୍ଡ ସଜା ଶୁଣାଇଲେ ଜିଲ୍ଲା ଦୌରାଜଜ୍ କୋର୍ଟ । ଏହାସହ ୧୦ ହଜାର ଟଙ୍କା ଜୋରିମାନା କଲେ । ଜୋରିମାନା ଅନାଦେୟ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଲେ କୋର୍ଟ । ବାଂଶ
Ram singh


କେନ୍ଦୁଝର, ୧୭ ଏପ୍ରିଲ୍ (ହି.ସ.)- କେନ୍ଦୁଝରରେ ବୋଲେରୋ ଚଢ଼ାଇ ହତ୍ୟା ମାମଲାରେ ଅଭିଯୁକ୍ତ ରାମସିଂ ମୁଣ୍ଡାକୁ ଆଜୀବନ କାରାଦଣ୍ଡ ସଜା ଶୁଣାଇଲେ ଜିଲ୍ଲା ଦୌରାଜଜ୍ କୋର୍ଟ । ଏହାସହ ୧୦ ହଜାର ଟଙ୍କା ଜୋରିମାନା କଲେ । ଜୋରିମାନା ଅନାଦେୟ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଲେ କୋର୍ଟ ।

ବାଂଶପାଳ ବ୍ଲକ ନୟାକୋଟ ଥାନା ଲୁହାକଳା ଗାଁରେ ଗତ ୭-୧-୨୦୨୫ ଦିନ ଘଟିଥିଲା ଏହି ଘଟଣା । ବାଇକ୍ ର ଇଏମଆଇ ଆଦାୟ ପାଇଁ ଲୁହାକଳା ଗାଁର ରାସସିଂ ମୁଣ୍ଡା ଘରକୁ ଯାଇଥିଲେ ମନୋଜ କୁମାର ମହାନ୍ତ ଏବଂ ତାରିଣୀ ପ୍ରସାଦ ମହାନ୍ତ । ହେଲେ ସେମାନଙ୍କୁ ଏଟିଏମରୁ ଟଙ୍କା ଉଠାଇ ଦେବ କହି ସେମାନଙ୍କୁ କାଦକଳା ଯିବାକୁ କହିଥିଲା ରାମସିଂ ମୁଣ୍ଡା । ମନୋଜ କୁମାର ମହାନ୍ତ ଏବଂ ତାରିଣୀ ପ୍ରସାଦ ମହାନ୍ତ ବାଇକ୍ ରେ ଆଗରେ ଯାଉଥିବା ବେଳେ ପଛରେ ଏକ ବୋଲେରୋ ଚଲାଇ ଆସୁଥିବା ରାମସିଂ ମୁଣ୍ଡା ପଛରୁ ତାଙ୍କ ଉପରେ ବୋଲେରୋ ଚଢ଼ାଇ ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାରିଣୀ ପ୍ରସାଦଙ୍କର ମୃତ୍ୟୁ ଘଟିଥିବା ବେଳେ ମନୋଜ ଗୁରୁତର ଆହତ ହୋଇଥିଲେ । ଘଟଣାର ସାକ୍ଷୀ ମନୋଜ କୁମାର ମହାନ୍ତଙ୍କର ଅଭିଯୋଗ କ୍ରମେ, ନୟାକୋଟ ପୋଲିସ ଅଭିଯୁକ୍ତ ରାସସିଂ ମୁଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଏହି ମାମଲାରେ ୧୧ ଜଣ ସାକ୍ଷୀଙ୍କର ବୟାନକୁ ଭିତ୍ତି କରି କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande