ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ
ଭୁବନେଶ୍ୱର, ୧୭ ଏପ୍ରିଲ (ହି.ସ.)- ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ ( ଟିଏଫଏଲ ) କାର୍ଯ୍ୟକାରୀ ଅଗ୍ରଗତି ସଂପର୍କରେ ଗତକାଲି ସଂଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ , ଗୃ
uowe c


ଭୁବନେଶ୍ୱର, ୧୭ ଏପ୍ରିଲ (ହି.ସ.)- ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ ( ଟିଏଫଏଲ ) କାର୍ଯ୍ୟକାରୀ ଅଗ୍ରଗତି ସଂପର୍କରେ ଗତକାଲି ସଂଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ , ଗୃହ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଓପିଟିସିଏଲ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭାସ୍କର ଶର୍ମା, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଟିପିସିଓଡିଏଲ, ଅତିରିକ୍ତ ରେଲୱେ ମଣ୍ଡଳ ପ୍ରବନ୍ଧକ (ଏଡିଆରଏମ୍), ଖୋର୍ଦ୍ଧା, ପୂର୍ବତଟ ରେଳପଥ ପ୍ରମୁଖ ଯୋଗଦେଇଥିବା ବେଳେ ଜିଲ୍ଲାପାଳ, ଅନୁଗୋଳ, ଆରକ୍ଷୀ ଅଧିକ୍ଷକ, ଅନୁଗୋଳ, ଜିଲ୍ଲା ବନ ଖଣ୍ଡ ଅଧିକାରୀ ପ୍ରମୁଖ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ ।

ବୈଠକରେ ଟିଏଫଏଲ ପ୍ରକଳ୍ପ କାର୍ଯ୍ୟକାରୀ ହେବା ନେଇ ରହୁଥିବା ଆନୁଷଙ୍ଗିକ ସମସ୍ୟା ଓ ସେସବୁର ତ୍ୱରିତ ସମାଧାନ ନେଇ ଆଲୋଚନା କରାଯାଇଥିଲା । ଏହି ପ୍ରକଳ୍ପ ଡିସେମ୍ବର ୨୦୨୭ ସୁଦ୍ଧା କାର୍ଯ୍ୟକାରୀ ହେବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଛି । ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିୟମିତ ସମୀକ୍ଷା କରାଯାଉଥିବା “ପ୍ରଗତି” ପ୍ଲାଟଫର୍ମରେ ସ୍ଥାନ ପାଇ ଅଛି । ଅନୁଷ୍ଠିତ ବୈଠକରେ ଏହି ପ୍ରକଳ୍ପ କାର୍ଯ୍ୟକାରିତାରେ ଆବଶ୍ୟକ ହେଉଥିବା ୨୨୦ କେଭି ଲାଇନ୍ ବିଦ୍ୟୁତ୍ ସଂଯୋଗୀକରଣ କାର୍ଯ୍ୟ ଆଗାମୀ ୨୦୨୬ ଡିସେମ୍ବର ସୁଦ୍ଧା ଯୋଗାଇଦେବା ପାଇଁ ଓପିଟିସିଏଲ ତରଫରୁ ପ୍ରତିଶ୍ରୁତି ଦିଆଯାଇଛି । ସେହିଭଳି ୩୩ କେଭି ଲାଇନ୍ ଯିବା ପାଇଁ ରେଲୱେ ସାଇଡିଂ କାର୍ଯ୍ୟ କରାଯିବା ନେଇ ପଦକ୍ଷେପ ନିଆଯାଇଛି । ରହୁଥିବା ଜବରଦଖଲ ଉଚ୍ଛେଦ କାର୍ଯ୍ୟ, ଧାର୍ଯ୍ୟ ଅନୁସାରେ ବିସ୍ଥାପନ କ୍ଷତିପୂରଣ ଆଦି ସଂପର୍କରେ ବୈଠକରେ ଆଲୋଚନା କରାଯାଇ ପରାମର୍ଶ ଦିଆଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande