
ଭୁବନେଶ୍ୱର, ୧୯ ଅପ୍ରେଲ (ହି.ସ.)- ଗରମ ରାତି ନେଇ ୧୯ ତାରିଖ ସକାଳ ଠାରୁ ୨୨ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।
ଗରମ ରାତି ନେଇ ଆଗାମୀ ୨୪ ଘଂଟା ପାଇଁ ୨ ଜିଲ୍ଲା(ସମ୍ବଲପୁର, ବଲାଙ୍ଗିର)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ସେହିପରି ଗରମ ରାତି ନେଇ ୨୦ ତାରିଖ ସକାଳ ଠାରୁ ୨୧ ତାରିଖ ସକାଳ ସୁଦ୍ଧା ୨ ଜିଲ୍ଲା(ସମ୍ବଲପୁର, ବଲାଙ୍ଗିର), ୨୧ ତାରିଖ ସକାଳ ଠାରୁ ୨୨ ତାରିଖ ସକାଳ ସୁଦ୍ଧା ୩ ଜିଲ୍ଲା(ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗିର)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ