
ଭୁବନେଶ୍ୱର, 19 ଏପ୍ରିଲ (ହି.ସ.) ବରିଷ୍ଠ ରାଜନେତା, ପୂର୍ବତନ ରାଜ୍ୟସଭା ସାଂସଦ ଓ ବରିଷ୍ଠ ସାମ୍ବାଦିକ ବଲବୀର ପୁଂଜଙ୍କ ପରଲୋକରେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି।
ସୋସିଆଲ୍ ମିଡିଆରେ ତାଙ୍କ ଶୋକବାର୍ତ୍ତାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ବଳବୀର ପୁଞ୍ଜ ଜୀଙ୍କର ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ। ସେ ଭାରତୀୟ ଜନତା ପାର୍ଟି ପୂର୍ବତନ ଜାତୀୟ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ ଏବଂ ତାଙ୍କର ସାର୍ବଜନିକ ଜୀବନ, ଚିନ୍ତାଧାରା ଓ ଲେଖନୀ ମାଧ୍ୟମରେ ସେ ଜାତୀୟ ସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ବିଷୟକୁ ଶକ୍ତିଶାଳୀ ଭାବେ ଉତ୍ତୋଳନ କରିଥିଲେ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଦେଶ ପ୍ରତି ତାଙ୍କର ନିଷ୍ଠା ଓ ସେବା ସଦା ସ୍ମରଣୀୟ ରହିବ। ସେ ପରମେଶ୍ୱରଙ୍କୁ ପ୍ରାର୍ଥନା କରିଛନ୍ତି ଯେ, ପରଲୋକଗତ ଆତ୍ମାଙ୍କୁ ଶାନ୍ତି ଦିଅନ୍ତୁ ଏବଂ ଏହି କଷ୍ଟକର ସମୟରେ ଶୋକାକୁଳ ପରିବାରକୁ ଶକ୍ତି ପ୍ରଦାନ କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ