ନଦୀ ଘାଟରୁ ବାଲିଚାଲାଣ, ୧୩ ଟ୍ରାକ୍ଟର ଜବତ
ଗଞ୍ଜାମ, ୧୯ ଏପ୍ରିଲ୍ (ହି.ସ.)- ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଂଚଳ ଋଷିକୂଲ୍ୟା ନଦୀ ଘାଟରୁ ଚୋରାରେ ବାଲିଚାଲାଣ ହେଉଥିବା ଖବର ପାଇ ଆଜି ସକାଳେ ସ୍ଥାନୀୟ ରାଜସ୍ବ କର୍ମଚାରୀ ଓ ତହସିଲଦାର ଘଟଣାସ୍ଥଳରେ ପହଂଚି ୧୩ଟି ଟ୍ରାକ୍ଟର ଜବତ କରିଛନ୍ତି l ଦୀର୍ଘ ଦିନ ହେଲା ଏହି ଅଂଚଳରୁ ଚୋରାରେ ବାଲିଚାଲାଣ
ନଦୀ ଘାଟରୁ ବାଲିଚାଲାଣ, ୧୩ ଟ୍ରାକ୍ଟର ଜବତ


ଗଞ୍ଜାମ, ୧୯ ଏପ୍ରିଲ୍ (ହି.ସ.)- ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଂଚଳ ଋଷିକୂଲ୍ୟା ନଦୀ ଘାଟରୁ ଚୋରାରେ ବାଲିଚାଲାଣ ହେଉଥିବା ଖବର ପାଇ ଆଜି ସକାଳେ ସ୍ଥାନୀୟ ରାଜସ୍ବ କର୍ମଚାରୀ ଓ ତହସିଲଦାର ଘଟଣାସ୍ଥଳରେ ପହଂଚି ୧୩ଟି ଟ୍ରାକ୍ଟର ଜବତ କରିଛନ୍ତି l ଦୀର୍ଘ ଦିନ ହେଲା ଏହି ଅଂଚଳରୁ ଚୋରାରେ ବାଲିଚାଲାଣ ହେଉଥିବା ଫଳରେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହାନି ହେଉଛି l ଅନ୍ୟପକ୍ଷରେ ବିପୁଳ ପରିମାଣରେ ବାଲି ଚାଲାଣ ଯୋଗୁଁ ନଦୀର ଜଳସ୍ତର ହ୍ରାସ ପାଉଥିବା ସାଧାରଣରେ ଅଭିଯୋଗ ହେଉଛି l

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande