ଯୁବକଙ୍କୁ ଅପହରଣ ଓ ହତ୍ୟା ଅଭିଯୋଗ, ୨ ଅଟକ
ଗଞ୍ଜାମ, ୧୯ ଅପ୍ରେଲ (ହି.ସ.)- ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଦାରିଙ୍ଗବାଡ଼ି ଘାଟିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ରାଜଦୀପ ସାହୁ । ତାଙ୍କ ଘର ପୋଲସରା ଥାନା ଅନ୍ତର୍ଗତ ମାଳତେନ୍ତୁଳିଆ ଗ୍ରାମରେ ବୋଲି ଜଣାପଡିଛି । ରାଜଦୀପ ଗତ ଗୁରୁବାର ଠାରୁ ଘରୁ ନିଖୋଜ ଥି
ଯୁବକଙ୍କୁ ଅପହରଣ ଓ ହତ୍ୟା ଅଭିଯୋଗ, ୨ ଅଟକ


ଗଞ୍ଜାମ, ୧୯ ଅପ୍ରେଲ (ହି.ସ.)- ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଦାରିଙ୍ଗବାଡ଼ି ଘାଟିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ରାଜଦୀପ ସାହୁ । ତାଙ୍କ ଘର ପୋଲସରା ଥାନା ଅନ୍ତର୍ଗତ ମାଳତେନ୍ତୁଳିଆ ଗ୍ରାମରେ ବୋଲି ଜଣାପଡିଛି ।

ରାଜଦୀପ ଗତ ଗୁରୁବାର ଠାରୁ ଘରୁ ନିଖୋଜ ଥିଲେ । ବୁଲିବାକୁ ଯାଉଛି କହି ସେ ଘରୁ ଯାଇଥିଲେ ହେଲେ ଆଉ ଫେରିନଥିଲେ । ତାଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଗତକାଲି ତାଙ୍କ କ୍ଷତାକ୍ତ ମୃତଦେହ ସୋରଡ଼ା ଥାନା ଅନ୍ତର୍ଗତ ଦାରିଙ୍ଗବାଡ଼ି ବଡଘାଟିରୁ ପୋଲିସ ଉଦ୍ଧାର କରିଥିଲା । ଶବ ଚିହ୍ନଟରେ ତାହା ରାଜଦୀପଙ୍କର ବୋଲି ଜଣାପଡିଥିଲା । ଗତକାଲି ବିଳମ୍ବିତ ରାତିରେ ରାଜଦୀପଙ୍କ ମୃତଦେହ ଗ୍ରାମରେ ପହଂଚିବା ପରେ ଅନ୍ତିମ ସଂସ୍କାର କରାଯାଇଥିଲା ।

ରାଜଦୀପଙ୍କୁ ଅପହରଣ ପରେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କରିଛି ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । ଘଟଣାରେ ପୋଲିସ ରାଜଦୀପଙ୍କ ଜଣେ ସମ୍ପର୍କୀୟ ଭାଇ ଓ ସାଙ୍ଗକୁ ଅଟକ ରଖି ପଚରାଉଚୁରା ଚଳାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande