
ଭୁବନେଶ୍ୱର, 19 ଏପ୍ରିଲ୍ (ହି.ସ.)- ବିଜେପି ପାର୍ଟି
ଅଫିସରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପଦାଧିକାରୀଙ୍କ ବୈଠକ ବସିଛି । ବୈଠକରେ
ସାମିଲ ଅଛନ୍ତି ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତି ପରିଡା । ପ୍ରଭାରୀ
ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉଷେଣ୍ଡି ଉପସ୍ଥିତ ଅଛନ୍ତି । ଏହାସହିତ ରାଜ୍ୟର
ସମସ୍ତ ସାଧାରଣ ସମ୍ପାଦକ, ଉପସଭାପତି , ରାଜ୍ୟ ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି ବୈଠକରେ
ଉପସ୍ଥିତ ଅଛନ୍ତି । ବୈଠକରେ ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ୍ ।
ଏହାସହିତ ଜିଲ୍ଲା ରଣନୀତି ମଧ୍ୟ ପ୍ରସ୍ତୁତ ହେବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା