ହେଟେରୋଜେନସ ଇଣ୍ଟିଗ୍ରେସନ ପ୍ୟାକେଜିଂ ସଲ୍ୟୁସନ୍ସ (ଥ୍ରୀଡିଜିଏସ୍)ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 19 ଏପ୍ରିଲ୍ (ହି.ସ.)- ଭୁବନେଶ୍ବର ଇନ୍ଫୋଭାଲିରେ ହେଟେରୋଜେନସ ଇଣ୍ଟିଗ୍ରେସନ ପ୍ୟାକେଜିଂ ସଲ୍ୟୁସନ୍ସ (ଥ୍ରୀଡିଜିଏସ୍)ର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ମନ୍
ସିଏମ


ଭୁବନେଶ୍ୱର, 19 ଏପ୍ରିଲ୍ (ହି.ସ.)- ଭୁବନେଶ୍ବର ଇନ୍ଫୋଭାଲିରେ

ହେଟେରୋଜେନସ ଇଣ୍ଟିଗ୍ରେସନ ପ୍ୟାକେଜିଂ ସଲ୍ୟୁସନ୍ସ (ଥ୍ରୀଡିଜିଏସ୍)ର ଶିଳାନ୍ୟାସ କରିଛନ୍ତି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର

ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ଅଛନ୍ତି । ଓଡ଼ିଶାର

ପ୍ରଥମ ଥ୍ରୀ-ଡି ଗ୍ଳାସ୍ ଅତ୍ୟାଧୁନିକ ପ୍ୟାକେଜିଂ ୟୁନିଟ୍ର ଶିଳାନ୍ୟାସ କରାଯାଇଛି । ୧୯୪୪

କୋଟି ଟଙ୍କାର ପୁଞ୍ଜି ନିବେଶ ଯୁକ୍ତ ଥ୍ରୀ-ଡି ଗ୍ଳାସ୍ ପ୍ରକଳ୍ପର ଭିତ୍ତି ସ୍ଥାପନ ହୋଇଛି ।

ଏହା ହେଉଛି ଭାରତର ପ୍ରଥମ

ଅତ୍ୟାଧୁନିକ ଗ୍ଲାସ୍ ସେମିକଣ୍ଡକ୍ଟର ପ୍ୟାକେଜିଂ ୟୁନିଟ୍ । ଏହି ଅଗ୍ରଣୀ ପ୍ରକଳ୍ପ ଦ୍ୱାରା

ବିଶ୍ୱର ସବୁଠୁ ଆଧୁନିକ ଚିପ୍ ପ୍ୟାକେଜିଂ ପ୍ରଯୁକ୍ତି ଭାରତକୁ ଆସିପାରିବ। ଏହା ଓଡ଼ିଶାକୁ

ପରବର୍ତ୍ତୀ ପିଢ଼ିର ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ କରିବ । କେନ୍ଦ୍ର କ୍ୟାବିନେଟର

ଅନୁମୋଦନ ଲାଭ କରିବାର ଅଳ୍ପ ସମୟ ମଧ୍ୟରେ ଶିଳାନ୍ୟାସ କରାଯିବା ଦ୍ରୁତ କାର୍ଯ୍ୟକାରିତାକୁ

ପ୍ରଦର୍ଶିତ କରୁଛି । ପ୍ରକଳ୍ପ ପାଇଁ ପ୍ରାୟ ୧,୯୪୩ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ । ଏହାଦ୍ୱାରା ୨,୫୦୦ରୁ

ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ପ୍ରକଳ୍ପର ବାର୍ଷିକ ଉତ୍ପାଦନ

କ୍ଷମତା ୫୦ ନିୟୁତ ଆସେମ୍ବଲ୍ଡ ୟୁନିଟ୍ ରହିଛି। ଏଠାରେ ତିଆରି ହେବାକୁ ଥିବା ଚିପ୍ଗୁଡ଼ିକ

ମହାକାଶ, ପ୍ରତିରକ୍ଷା, ଏଆଇ, ଫାଇଭ୍

ଜି ପ୍ରଯୁକ୍ତି ଓ ଡାଟା ସେଣ୍ଟର ଆଦି କ୍ଷେତ୍ରରେ ବ୍ୟବହାର କରାଯିବ ।

ଏହି ମାଇଲଖୁଣ୍ଟ ଓଡ଼ିଶାର

ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ଆହୁରି ମଜବୁତ କରିବ । ଭାରତର ପ୍ରଥମ ରାଜ୍ୟ ଭାବରେ ଏକ କମ୍ପାଉଣ୍ଡ

ସେମିକଣ୍ଡକ୍ଟର ଫେବ୍ରିକେସନ୍ ୟୁନିଟ୍ ଏବଂ ଗ୍ଲାସ୍ ସବଷ୍ଟ୍ରେଟ୍ ଉପରେ ଆଧାରିତ ଏକ ଅତ୍ୟାଧୁନିକ

ଥ୍ରୀଡି ଚିପ୍ ପ୍ୟାକେଜିଂ କେନ୍ଦ୍ର ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି । ଏହି ପଦକ୍ଷେପ

ଉଚ୍ଚ-ପ୍ରଯୁକ୍ତି ଶିଳ୍ପକୁ ପ୍ରୋତ୍ସାହିତ କରିବା,

ବିଶ୍ୱସ୍ତରୀୟ ନିବେଶକୁ ଆକର୍ଷିତ କରିବା ଏବଂ ଆତ୍ମନିର୍ଭର ଭାରତର

ଦୃଷ୍ଟିକୋଣ ସହିତ ଏକ ଦୃଢ଼ ନବସୃଜନ-ଚାଳିତ ଅର୍ଥବ୍ୟବସ୍ଥା ସୃଷ୍ଟି କରିବା ଲାଗି ଓଡ଼ିଶା

ସରକାରଙ୍କ ପ୍ରତିବଦ୍ଧତାକୁ ଦୃଢ଼ କରିଛି ।

ସେମିକନ୍ ଇଣ୍ଡିଆ

କାର୍ଯ୍ୟକ୍ରମ (ଆଇଏସଏମ - ୧) ଅଧୀନରେ, କେନ୍ଦ୍ର କ୍ୟାବିନେଟ ୧ ଲକ୍ଷ ୬୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ

ସହିତ ୧୦ଟି ସେମିକଣ୍ଡକ୍ଟର ଉତ୍ପାଦନ ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ମଞ୍ଜୁର କରିଛନ୍ତି ।

ଏଥିମଧ୍ୟରୁ ଦୁଇଟି ୟୁନିଟରେ ୨୦୨୫-୨୬ ଶେଷ ତ୍ରୈମାସରେ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande