
ଭୁବନେଶ୍ୱର, 19 ଏପ୍ରିଲ୍ (ହି.ସ.)- ଭଗବାନ
ପର୍ଶୁରାମଙ୍କ ଜୟନ୍ତୀର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭଗବାନ ଶ୍ରୀ ବିଷ୍ଣୁଙ୍କ ଅବତାର, ଅପାର
ଶକ୍ତି, ଶସ୍ତ୍ର
ଏବଂ ଶାସ୍ତ୍ରର ପ୍ରତୀକ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ଅବସରରେ ରାଜ୍ୟବାସୀଙ୍କୁ ମୋର ଆନ୍ତରିକ
ଶୁଭକାମନା ଓ ଭକ୍ତିପୂର୍ଣ୍ଣ ପ୍ରଣାମ। ପ୍ରଭୁ ପର୍ଶୁରାମଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ
ମଙ୍ଗଳମୟ ହେଉ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା