ଲିଭର ୱେଲନେସ ସମିଟ-2026ରେ ଯୋଗ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 19 ଏପ୍ରିଲ୍ (ହି.ସ.)- ଭୁବନେଶ୍ବର ଠାରେ ଗ୍ୟାଷ୍ଟ୍ରୋ ଏବଂ ଲିଭର କେୟାର ଫାଉଣ୍ଡେସନ ତରଫରୁ ଆୟୋଜିତ ଲିଭର ୱେଲନେସ ସମିଟ-2026'' ରେ ଯୋଗଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ। ଏହି ସମ୍ମିଳନୀରେ ଯକୃତର ଯତ୍ନ ସହ ଏହା ସମ୍ପର୍କିତ ଅନେକ ଗୁରୁତ୍ଵପୂର୍ଣ୍
ସମିଟ୍


ଭୁବନେଶ୍ୱର, 19 ଏପ୍ରିଲ୍ (ହି.ସ.)- ଭୁବନେଶ୍ବର

ଠାରେ ଗ୍ୟାଷ୍ଟ୍ରୋ ଏବଂ ଲିଭର କେୟାର ଫାଉଣ୍ଡେସନ ତରଫରୁ ଆୟୋଜିତ ଲିଭର ୱେଲନେସ ସମିଟ-2026' ରେ ଯୋଗଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ। ଏହି

ସମ୍ମିଳନୀରେ ଯକୃତର ଯତ୍ନ ସହ ଏହା ସମ୍ପର୍କିତ ଅନେକ ଗୁରୁତ୍ଵପୂର୍ଣ୍ଣ ବିଷୟକୁ ନେଇ ଆଲୋଚନା

କରାଯାଇଛି। ଏକ ସୁସ୍ଥ ସମାଜ ଗଠନରେ ଏଭଳି ଏକ ଆଲୋଚନାର ବହୁତ ଆବଶ୍ୟକତା ରହିଛି, ତେଣୁ

ଆୟୋଜକ ବନ୍ଧୁଙ୍କୁ ଅଶେଷ ସାଧୁବାଦ ଜଣାଇଥିଲେ ମନ୍ତ୍ରୀ ।

ଏହି ଅବସରରେ ମନ୍ତ୍ରୀ

କହିଛନ୍ତି ଯେ, ଯକୃତ ଆମ ଶରୀରର ଏକ ପ୍ରମୁଖ ଅଙ୍ଗ ଅଟେ ଏବଂ ଏହାର ସୁସ୍ଥ ରହିବା ମଧ୍ୟ ବହୁତ

ଗୁରୁତ୍ଵପୂର୍ଣ୍ଣ। ମାତ୍ର ବଦଳୁଥିବା ସମୟ,

ଖାଦ୍ୟ ଗ୍ରହଣ ପ୍ରକ୍ରିୟାରେ ପରିବର୍ତ୍ତନ କାରଣରୁ ଫ୍ୟାଟି ଲିଭର ଭଳି

ଯକୃତ ଜନିତ ସମସ୍ଯା ବହୁ ମାତ୍ରାରେ ବୃଦ୍ଧି ପାଉଛି,

ଯାହାକି ସୁସ୍ଥ ଭାରତ ଗଠନର ସବୁଠୁ ବଡ ବାଧକ।

ସୁଷମ ଖାଦ୍ୟ ଗ୍ରହଣ କରିବା

ପାଇଁ ସମସ୍ତେ ଗୁରୁତ୍ଵ ଦେବାର ଆବଶ୍ୟକତା ରହିଛି। ଏଥିସହ ସବୁଦିନ ଯୋଗ ପ୍ରାଣାୟାମ, କମ ତୈଳ

ଯୁକ୍ତ ଖାଦ୍ୟ, ଚିନିର କମ ବ୍ୟବହାରକୁ ମଧ୍ୟ ଧ୍ୟାନ ଦେବାକୁ ହେବ।

ବିଶ୍ଵ ଯକୃତ ଦିବସରେ ଚଳିତ

ବର୍ଷର ବିଷୟବସ୍ତୁ ରହିଛି 'ସଲିଡ ହାବିଟ୍ସ, ଷ୍ଟ୍ରଙ୍ଗ ଲିଭର, ଅର୍ଥାତ ଏକ ସୁସ୍ଥ ଯକୃତ

ପାଇଁ ଆମକୁ ପ୍ରଥମରେ ନିଜର ଅଭ୍ଯାସରେ ପରିବର୍ତ୍ତନ ଆଣିବାକୁ ହେବ ଏବଂ ଏହା ମାଧ୍ୟମରେ ସୁସ୍ଥ

ଭାରତ ଗଠନ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande