୭୬୧ ଟି ଭାରତୀୟ ଫ୍ଲାପ୍ ସେଲ୍ କଇଁଛ ଜବତ, ଜଣେ ଗିରଫ
ମାଲକାନଗିରି , ୨୩ ଏପ୍ରିଲ୍ (ହି.ସ.) ମାଲକାନଗିରି ବନ ବିଭାଗ ଅଧୀନରେ ମୋଟୁ ରେଞ୍ଜର କର୍ମଚାରୀମାନେ ଏକ ସ୍ୱତନ୍ତ୍ର ଅଭିଯାନ ସମୟରେ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମା ମୋଟୁ ଚେକ ପୋଷ୍ଟ ନିକଟରୁ ୭୬୧ ଟି ଭାରତୀୟ ଫ୍ଲାପ୍ ସେଲ୍ କଇଁଛ (୨. ୩0୫ ଟନ୍) ଜବତ କରିଛନ୍ତି। ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରା
୭ ୬ ୧ ଟି ଭାରତୀୟ ଫ୍ଲାପ୍ ସେଲ୍ କଇଁଛ ଜବତ, ଜଣେ ଗିରଫ ।


ମାଲକାନଗିରି , ୨୩ ଏପ୍ରିଲ୍ (ହି.ସ.)

ମାଲକାନଗିରି ବନ ବିଭାଗ ଅଧୀନରେ ମୋଟୁ ରେଞ୍ଜର କର୍ମଚାରୀମାନେ ଏକ ସ୍ୱତନ୍ତ୍ର ଅଭିଯାନ ସମୟରେ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମା ମୋଟୁ ଚେକ ପୋଷ୍ଟ ନିକଟରୁ ୭୬୧ ଟି ଭାରତୀୟ ଫ୍ଲାପ୍ ସେଲ୍ କଇଁଛ (୨. ୩0୫ ଟନ୍) ଜବତ କରିଛନ୍ତି।

ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କାହେବ l ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶରୁ ଓଡିଶାକୁ ଆସୁଥିବା ବେଳେ ଏହି କଇଁଛଗୁଡିକୁ ଧରାଯାଇଛି , ଡ୍ରାଇଭର ସହ ଏକ ବୋଲେରୋ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି ଏହି କଇଁଛଗୁଡିକ ମୋଟୁ ଥାନା ଅଞ୍ଚଳର ଏମ ପିଭି ୮ ୩ ଗ୍ରାମର ଦଲାଲ ଶକ୍ତିପଦ ଗାଇନଙ୍କ ପାଖକୁ ଯାଉଥିବା ସୂଚନା ମିଳିଛି l

ମୁଖ୍ୟ ଅଭିଯୁକ୍ତ ଶକ୍ତିପଦ ଗାଇନ ବର୍ତ୍ତମାନ ଫେରାର ରହିଛନ୍ତି l ମୋଟୁ ଫରେଷ୍ଟର ମୁରୁଲୀଧର ଅନୁଗୁଳିଆଙ୍କ କହିବା ଅନୁସାରେ,ଘଟଣାର ତଦନ୍ତ ଜାରି ରହିଛି ଓ ଅଭିଯୁକ୍ତଙ୍କୁ ଧରିବା ପାଇଁ ଜୋରଦାର ଖୋଜାଖୋଜି ଚାଲିଛି l

ଜବତ କଇଁଛ ସହିତ ଗିରଫ ବ୍ୟକ୍ତିଙ୍କୁ ମୋଟୁ ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇ ବନ୍ୟପ୍ରାଣୀ ଅପରାଧ ମାମଲା ପଞ୍ଜିକୃତ ହୋଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande