ଅପରାହ୍ନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୪୪.୬ ଡ଼ିଗ୍ରୀ ରେକର୍ଡ଼
ଭୁବନେଶ୍ୱର, ୨୪ ଅପ୍ରେଲ (ହି.ସ.)- ଶୁକ୍ରବାର ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ କିମ୍ବା ୪୦ ଡ଼ିଗ୍ରୀ ପାଖାପାଖି ରହିଛି । ଅପରାହ୍ନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୪୪.୬ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ସେହିପରି ସମ୍ବଲପୁରରେ ୪୨.୮ ଡ଼ିଗ୍ରୀ, ହିରାକୁଦରେ ୪୨.୬
ଅପରାହ୍ନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୪୪.୬ ଡ଼ିଗ୍ରୀ ରେକର୍ଡ଼


ଭୁବନେଶ୍ୱର, ୨୪ ଅପ୍ରେଲ (ହି.ସ.)- ଶୁକ୍ରବାର ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ କିମ୍ବା ୪୦ ଡ଼ିଗ୍ରୀ ପାଖାପାଖି ରହିଛି । ଅପରାହ୍ନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୪୪.୬ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।

ସେହିପରି ସମ୍ବଲପୁରରେ ୪୨.୮ ଡ଼ିଗ୍ରୀ, ହିରାକୁଦରେ ୪୨.୬ ଡ଼ିଗ୍ରୀ, ରାଉରକେଲାରେ ୪୨.୪ ଡ଼ିଗ୍ରୀ, ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୯.୨ ଡ଼ିଗ୍ରୀ ରହିଛି ।

ଅନୁରୂପ ଭାବେ କେନ୍ଦୁଝରରେ ୩୮.୬ ଡ଼ିଗ୍ରୀ, ଚାନ୍ଦବାଲିରେ ୩୫.୮ ଡ଼ିଗ୍ରୀ, ପୁରୀରେ ୩୩ ଡ଼ିଗ୍ରୀ, ବାଲେଶ୍ୱରରେ ୩୨ ଡ଼ିଗ୍ରୀ, ପାରାଦୀପରେ ୩୧.୬ ଡ଼ିଗ୍ରୀ ଏବଂ ଗୋପାଳପୁରରେ ୩୧.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande