୩୮ଟି ମୋବାଇଲ ଟାୱାର ବ୍ୟାଟେରୀ ଜବତ, ୩ଗିରଫ
ମାଲକାନଗିରି , ୨୩ଏପ୍ରିଲ୍ (ହି.ସ.) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ପୋଟରୁ ଗ୍ରାମରେ ଭାରତୀୟ ସଂଚାର ନିଗମର ଥିବା ମୋବାଇଲ ଟାୱାର ରୁ ବ୍ୟାଟେରୀ ଚୋରି ଏକ ଟାଟା ଏସିଇ ଗାଡ଼ିରେ ନେଉଥିବା ୩ ଜଣ ଙ୍କୁ ମାଲକାନଗିରି ଆଦର୍ଶ ଥାନା ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ୩୮ ଟି ବ୍ୟାଟେରୀ ଜବତ
୩୮ଟି ମୋବାଇଲ ଟାୱାର ବ୍ୟାଟେରୀ ଜବତ, ୩ଗିରଫ


୩୮ଟି ମୋବାଇଲ ଟାୱାର ବ୍ୟାଟେରୀ ଜବତ, ୩ଗିରଫ


ମାଲକାନଗିରି , ୨୩ଏପ୍ରିଲ୍ (ହି.ସ.) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ପୋଟରୁ ଗ୍ରାମରେ ଭାରତୀୟ ସଂଚାର ନିଗମର ଥିବା ମୋବାଇଲ ଟାୱାର ରୁ ବ୍ୟାଟେରୀ ଚୋରି ଏକ ଟାଟା ଏସିଇ ଗାଡ଼ିରେ ନେଉଥିବା ୩ ଜଣ ଙ୍କୁ ମାଲକାନଗିରି ଆଦର୍ଶ ଥାନା ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ୩୮ ଟି ବ୍ୟାଟେରୀ ଜବତ କରାଯାଇଥିବା ଜଣାପଡିଛି!ସୂଚନା ଅନୁଯାଇ ଗତକାଲି ଦିନ ୧ ଘଣ୍ଟା ସମୟରେ ମାଲକାନଗିରି ଆଦର୍ଶ ଥାନାର ଏଏସଆଇ ଦିବ୍ୟ ଚନ୍ଦ୍ର କୁଲଦୀପ ତାଙ୍କ ଟିମ ସହ ଏମଭି ୭ ଗ୍ରାମ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମାଲକାନଗିରି ଅଭିମୁଖେ ଆସୁଥିବା ଟାଟା ଏସିଇ ଗାଡି ନମ୍ବର ଟିଏସ ୧୫ ଭିବି0୪୨୨୨କୁ ଅଟକାଇ ଯାଞ୍ଚ କରିବାରୁ ଗାଡ଼ିରେ ମୋବାଇଲ ଟାୱାର ବ୍ୟାଟେରୀ ଥିବା ଦେଖି ଗାଡି ସହ ୩ ଜଣକୁ ଧରି ଥାନାକୁ ଆଣିଥିଲେ!ପଚାର ଉଚୁରା କରିବା ପରେ ସେମାନେ ୩ ୮ ଟି ବ୍ୟାଟେରୀ ପୋଟରୁ ରୁ ଚୋରି କରିଆଣିଥିବା ସ୍ୱୀକାର କରିଥିଲେ! ପରେ ଏହି ଚୋରିରେ ସାମିଲ ଥିବା ଦୁଇ ମହିଳା ଯେ, ଜ୍ୟୋତି, କେ, ଝାନସୀ ଓ ଡ୍ରାଇଭର ଏମ, ଶିବ କ୍ରିଷ୍ନା ଙ୍କୁ ମାଲକାନଗିରି ଥାନା କେସ ସଂଖ୍ୟା ୨ ୨ ୨ /୨ ୬ ରେ ଗିରଫ କରାଯାଇଥିଲା!, ଗିରଫ ୩ ଅଭିଯୁକ୍ତ ତେଲେଗାନା ରାଜ୍ୟ ଭଦ୍ରାଚଳମ ଜିଲ୍ଲା ଚେରଲା ଗ୍ରାମରେ!ସମସ୍ତଙ୍କୁ ଗତକାଲି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ କାରି ଅଧିକାରୀ ବିଭୁତି ଭୂଷଣ ସୂତାର ଜଣାଇଛନ୍ତି!

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande