
ବଲାଙ୍ଗିର, ୨୩ ଏପ୍ରିଲ୍ (ହି.ସ.)- ଆସନ୍ତା ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରର ଉତ୍କଳ କରାଟେ ସ୍କୁଲରେ ରାଜ୍ୟସ୍ତରୀୟ କାଡେଟ ଓ ଜୁନିୟର କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ବଲାଙ୍ଗିର ରେଲୱେ ଷ୍ଟେସନ ଛକ ସ୍ଥିତ ଅସୀମ କରାଟେ ଏକାଡେମୀର ଚାରି ଜଣ ଛାତ୍ର ଜୟମ ସାହୁ ୧୫ ବର୍ଷ କୁମିତେ ଓ କାଟା ବିଭାଗରେ, ଅର୍ନିତ ପଧାନ ୯ ବର୍ଷ, ପ୍ରିନ୍ସ ପଧାନ ୧୨ ବର୍ଷ ଓ ପ୍ରାଚୀ ବେହେରା ବାଳିକା ୧୭ ବର୍ଷ କୁମିତେ ଓ କାଟା ବିଭାଗରେ ଭାଗ ନେବେ ବୋଲି ଇଣ୍ଟରନେସେନାଲ କରାଟେ କୋଚ ତଥା କରାଟେ ଏକାଡେମିର ପ୍ରତିଷ୍ଠାତା ଅସୀମ କୁମାର ଭୋଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିରେ କରାଟେ ଇଣ୍ଡିଆ ଓର୍ଗାନାଇଜେସନର ମାନ୍ୟତାପ୍ରାପ୍ତ ଜାତୀୟ ସ୍ତରୀୟ ରେଫରୀ ଅସୀମ ଭୋଇ ଜଜ୍ ତଥା ରେଫରୀ ଦାୟିତ୍ୱ ତୁଲାଇବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଶ୍ରୀ ଭୋଇଙ୍କ ନେତୃତ୍ୱରେ ଆଜି ସମସ୍ତ ଛାତ୍ର ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ