
ଭୁବନେଶ୍ୱର, ୨୩ ଏପ୍ରିଲ (ହି.ସ)- ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବହୁ ସଂଖ୍ୟାରେ ବିଜେଡି କର୍ମକର୍ତା ନିଜ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଆଇନ ତଥା ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ଏକ୍ସରେ ପୋଷ୍ଟ କରି ମନ୍ତ୍ରୀ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନୀତି ଓ ଆଦର୍ଶ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆଜି ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଲେଇ ଗ୍ରାମ ପଂଚାୟତର ଦୀନବନ୍ଧୁପୁର ଗ୍ରାମର କର୍ମକର୍ତା ମାନେ ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ସାମିଲ୍ ହେଲେ।ସମସ୍ତଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ଭାଜପା ପରିବାରକୁ ବିଦ୍ଧିବଦ୍ଧ ଭାବେ ସ୍ୱାଗତ କରିଲି।
ଏହି ଯୋଗଦାନ ଲୋକଙ୍କ ସେବା, କଲ୍ୟାଣମୂଳକ କାର୍ଯ୍ୟ ସହ ବିକଶିତ ଚିଲିକା ଗଠନ ଦିଗରେ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିବ। ଏହି ଅବସରରେ କୁଲେଇ ଗ୍ରା:ପର ସରପଂଚଙ୍କ ପ୍ରତିନିଧି ଶ୍ରୀ ପ୍ରକାଶ ବେହେରା ଓ ପଂଚାୟତ ଉପସଭାପତି ଶ୍ରୀ ଅଜିତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା