
ସମ୍ବଲପୁର, ୨୩, ଏପ୍ରିଲ୍ (ହି.ସ.) - ବ୍ୟାଙ୍କ ଅଫ୍ ବରୋଦା ସମ୍ବଲପୁର ଅଂଚଳ ପକ୍ଷରୁ ୨୦୨୫-୨୬ ଆର୍ôଥକ ବର୍ଷ ପାଇଁ ବାର୍ଷିକ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସମ୍ପର୍ଣ୍ଣ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ୟାଙ୍କ ଅଫ୍ ବରୋଦା ଭୁବନେଶ୍ୱର ଅଂଚଳର ମହାପ୍ରବନ୍ଧକ ଶରତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ବ୍ୟାଙ୍କ ଉପ-ମହାପ୍ରବନ୍ଧକ ତଥା ଆଂଚଳିକ ମୁଖ୍ୟ ଦେବୀ ପ୍ରସାଦ ମହାନ୍ତି ସ୍ୱାଗତ ଭାଷଣ ଦେଇ ସମ୍ବଲପୁର ଅଂଚଳର ୨୦୨୫-୨୬ ଆର୍ôଥକ ବର୍ଷର ଉଲ୍ଲେଖନୀୟ ସଫଳତା ଓ କାର୍ଯ୍ୟଦକ୍ଷତାକୁ ଉଚ୍ଚ ପ୍ରଶଂସା କରିଥିଲେ। ସେ ସମସ୍ତ ଶାଖା ପ୍ରବନ୍ଧକଙ୍କ ନିଷ୍ଠାପୂର୍ଣ୍ଣ ପ୍ରୟାସ ଓ ମୂଲ୍ୟବାନ ଅବଦାନକୁ ଉଲ୍ଲେଖ କରି ଆଗାମୀ ଆର୍ôଥକ ବର୍ଷ ୨୦୨୬-୨୭ରେ ଅଧିକ ଉତ୍କୃଷ୍ଟ ଫଳାଫଳ କରିବା ପାଇଁ ଉତ୍ସାହିତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀ ସମ୍ବଲପୁର ଅଂଚଳର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ପରେ ବ୍ୟାପାରିକ ସମ୍ଭାବନା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ବିଶେଷ ଭାବେ ଗ୍ରାହକ ସେବା, ଡିଜିଟାଲ ବ୍ୟାଙ୍କିଙ୍ଗ ବୃଦ୍ଧି, କ୍ୟାସ୍ ସଂଗ୍ରହ, ଋଣ ପରିଚାଳନା ଓ ଏମଏସଏମଇ ବ୍ୟବସାୟର ସୁଦୃଢ଼ତା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ଆର୍ôଥକ ବର୍ଷ ୨୦୨୫-୨୬ ମଧ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଶ୍ରେଷ୍ଠ ଶାଖା ପ୍ରବନ୍ଧକ ଓ ବିଜନେସ କରେସପଣ୍ଡେଂଟ ମାନଙ୍କୁ ପୁରସ୍କାର ପ୍ରଦାନ ପୂର୍ବକ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ସମସ୍ତଙ୍କ ମଧ୍ୟରେ ଏକ ଭିନ୍ନ ପ୍ରେରଣା ଓ ସୁସ୍ଥ ପ୍ରତିସ୍ପର୍ଦ୍ଧାର ଭାବନା ସୃଷ୍ଟି କରିଥିଲା। ଶେଷରେ ସମସ୍ତ ଅଂଶଗ୍ରହଣକାରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରାଯାଇଥିଲା ବୋଲି ପ୍ରଭଞ୍ଜନ ବୈଠାରୁଙ୍କ ସୂତ୍ରରୁ ପ୍ରକାଶ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ