ବଲାଙ୍ଗିରରେ ଭାରତ ବନ୍ଦ ସଫଳ
ବଲାଙ୍ଗିର, ୨୩ ଏପ୍ରିଲ୍ (ହି.ସ.)- ଭାରତ ମୁକ୍ତି ମୋର୍ଚ୍ଚା, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଏବଂ ଓଡ଼ିଶା ଓବିସି-ଏସଟି-ଏସସି ସମନ୍ୱୟ ସମିତି ତରଫରୁ ଡାକରା ଦିଆଯାଇଥିବା ୧୨ ଘଣ୍ଟିଆ ଭାରତ ବନ୍ଦ ଆଜି ବଲାଙ୍ଗୀର ଜିଲ୍ଲାରେ ପୂର୍ଣ୍ଣ ସଫଳତା ଲାଭ କରିଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲି
ବଲାଙ୍ଗୀର: ଭାରତ ବନ୍ଦ ସଫଳ ହୋଇଛି।


ବଲାଙ୍ଗୀର: ଭାରତ ବନ୍ଦ ସଫଳ ହୋଇଛି।


ବଲାଙ୍ଗୀର: ଭାରତ ବନ୍ଦ ସଫଳ ହୋଇଛି।


ବଲାଙ୍ଗିର, ୨୩ ଏପ୍ରିଲ୍ (ହି.ସ.)- ଭାରତ ମୁକ୍ତି ମୋର୍ଚ୍ଚା, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଏବଂ ଓଡ଼ିଶା ଓବିସି-ଏସଟି-ଏସସି ସମନ୍ୱୟ ସମିତି ତରଫରୁ ଡାକରା ଦିଆଯାଇଥିବା ୧୨ ଘଣ୍ଟିଆ ଭାରତ ବନ୍ଦ ଆଜି ବଲାଙ୍ଗୀର ଜିଲ୍ଲାରେ ପୂର୍ଣ୍ଣ ସଫଳତା ଲାଭ କରିଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିବା ଏହି ବନ୍ଦ ଡାକରାରେ ଜିଲ୍ଲାର ସାଧାରଣ ଜୀବନ ପ୍ରଭାବିତ ହୋଇଥିଲା।

ରାଜ୍ୟ ଓବିସି ଏସଟି ଏସସି ସମନ୍ୱୟ ସମିତି ସଭାପତି ସରୋଜ କୁମାର ମେଶ୍ୱା ବନ୍ଦ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି କହିଛନ୍ତି ଯେ, ଚଳିତ ଜନଗଣନା ୨୦୨୭ରେ ୩୩ଟି ପ୍ରଶ୍ନ ମଧ୍ୟରୁ ୧୨ନମ୍ବର ପ୍ରଶ୍ନରେ ପରିବାର ମୁଖ୍ୟଙ୍କ ଜାତି ଉଲ୍ଲେଖ କରାଯାଇ ନାହିଁ। ଏଥିରେ ଏସଟି, ଏସସି ଏବଂ ଅନ୍ୟାନ୍ୟ ବର୍ଗ ପାଇଁ ସ୍ଥାନ ରଖାଯାଇଛି, କିନ୍ତୁ ଓବିସି ଏବଂ ସାଧାରଣ ବର୍ଗଙ୍କ ପାଇଁ ଯଥାଯଥ ସ୍ଥାନ ଛାଡ଼ି ଦିଆଯାଇ ନାହିଁ।

ସେ ଆହୁରି କହିଛନ୍ତି ଯେ, କେନ୍ଦ୍ର ସରକାର ୧୯୩୧ ପରେ ପ୍ରଥମ ଥର ପାଇଁ ୩୦ ଏପ୍ରିଲ ୨୦୨୫ରେ ଜାତି ଜନଗଣନା କରିବା ପାଇଁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ତାହା ବର୍ତ୍ତମାନ ବାଟବଣା ହୋଇଯାଇଛି। ଓବିସି ସଂରକ୍ଷଣ ମଧ୍ୟ ବାଟବଣା ହୋଇଛି। ସାମାନୁପାତିକ ପ୍ରତିନିଧିତ୍ୱ ଅନୁଯାୟୀ ବିଧାନସଭା, ଲୋକସଭା ଏବଂ ତ୍ରିସ୍ତରୀୟ ନିର୍ବାଚନରେ ଓବିସିଙ୍କ ଭାଗିଦାରୀ ନିଶ୍ଚିତ କରାଯାଉ ନାହିଁ। ଶିକ୍ଷା ଓ ଚାକିରିରେ ମୂଳନିବାସୀ ୯୦ ପ୍ରତିଶତ ଲୋକଙ୍କ ପାଖରେ ମାତ୍ର ୩୦.୧୯ ପ୍ରତିଶତ ସୁଯୋଗ ରହିଛି। ଆଦିବାସୀଙ୍କ ଉପରେ ଅତ୍ୟାଚାର ବଢ଼ୁଛି ବୋଲି ସେ ଅଭିଯୋଗ କରିଛନ୍ତି।

ଏହି ସମସ୍ୟାଗୁଡ଼ିକୁ ନେଇ ପୂର୍ବରୁ ତିନି ପର୍ଯ୍ୟାୟରେ ସରକାରଙ୍କୁ ଜଣାଇଥିବା ସତ୍ତ୍ୱେ କୌଣସି ପଦକ୍ଷେପ ନହେବାରୁ ୮ ଦଫା ଦାବି ପୂରଣ ପାଇଁ ଆଜି କଠୋର ନିଷ୍ପତ୍ତି ନେଇ ଭାରତ ବନ୍ଦ ଡାକରା ଦିଆଯାଇଥିଲା ବୋଲି ସରୋଜ କୁମାର ମେଶ୍ୱା କହିଛନ୍ତି।

ବଲାଙ୍ଗୀର ଜିଲ୍ଲା ପ୍ରଶାସନ, ବସ୍ ମାଲିକ ସଂଘ, ଟ୍ରକ ମାଲିକ ସଂଘ, ବଣିକ ସଂଘ, ଉଠା ଦୋକାନୀ, ସାଧାରଣ ଦୋକାନ ବଜାର, ବ୍ୟାଙ୍କ, ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସମେତ ସମସ୍ତ ସଂଗଠନ ଏହି ବନ୍ଦକୁ ପୂର୍ଣ୍ଣ ସମର୍ଥନ କରିଥିଲେ। ଜରୁରୀକାଳୀନ ସେବା, ପରୀକ୍ଷାର୍ଥୀଙ୍କ ପରୀକ୍ଷା ଆଦିକୁ ଏହି ବନ୍ଦରୁ ବାଦ୍ ଦିଆଯାଇଥିଲା।

ରାଜ୍ୟ ଓବିସି ମଞ୍ଚ ତରଫରୁ ପ୍ରଦେଶୀ ବିଶ୍ୱାଳ, ଶଙ୍କର୍ଷଣ ପ୍ରଧାନ, ଆନନ୍ଦ ପଧାନ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ମଧୁସୂଦନ କ୍ଷେତି, ଶାନ୍ତନୁ ଭୋଇ, ମନୋରଞ୍ଜନ ସାହୁ, ନିକେଶ କୁମ୍ଭାର, ଦିନେଶ ନାଗ, ବିଜୟ ବାରିକ, କୁନା ବାଗ, ସିତାରାମ କୁମ୍ଭାର, ଅର୍ଜୁନ ମୁଗ୍ରି, ବସୁଦେବ ମୁଗ୍ରି, ବିରେନ୍ଦ୍ର ରାୟ, ନଟରାଜ ନାଗ, ସୁବାସିନୀ ସାହୁ, ବିପିନ କୁଶୁଲିଆ, ସତ୍ୟ ବନ୍ଛୋର , ପ୍ରେମାନନ୍ଦ କୁମ୍ଭାର,ସନାତନ ଦିପ, ସନ୍ତୋଷ ଛତ୍ରିଆ ଲଲିତ ମହାନନ୍ଦ ପ୍ରମୁଖ ଉପସ୍ଥିତ ରହି ବନ୍ଦକୁ ସଫଳ କରିବାରେ ସହଯୋଗ କରିଥିଲେ।

ବିଭିନ୍ନ ସଂଗଠନ ଏକଜୁଟ୍ ହୋଇ ଏହି ବନ୍ଦକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆନ୍ଦୋଳନକାରୀମାନେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande