
ଭୁବନେଶ୍ୱର, ୨୩ ଏପ୍ରିଲ (ହି.ସ)-ଓଡ଼ିଶାର ଅଗ୍ରଣୀ ପ୍ରଗତୀଶୀଳ ଅନୁଷ୍ଠାନ ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ‘ଦ୍ୱିତୀୟ କୁଳଗୌରବ ସମ୍ମାନ-୨୦୨୬’ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଟେନିସ ସେଣ୍ଟର ସଭାଗୃହଠାରେ ଆସନ୍ତା ଅପ୍ରେଲ ୨୮ ତାରିଖରେ ପ୍ରଦାନ କରାଯିବ। ଯେଉଁ ଉଦ୍ୟୋଗପତିମାନେ ଓଡ଼ିଶାର ପ୍ରଗତିରେ ନିଜକୁ ସାମିଲ କରିପାରିଛନ୍ତି ସେମାନଙ୍କ ମଧ୍ୟରୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ସଫଳ ଉଦ୍ୟୋଗପତିଙ୍କୁ କୁଳଗୌରବ ସମ୍ମାନରେ ଭୂଷିତ କରାଯିବ। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ବିଧାନ ସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ଼, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ବିମଳ ପ୍ରସାଦ ଦାସ, କେନ୍ଦ୍ରାପଡ଼ା ସାଂସଦ ବୌଜୟନ୍ତ ପଣ୍ଡା, ପୂର୍ବତନ ରାଜ୍ୟସଭା ସଦସ୍ୟ ଡକ୍ଟର ଅମର ପଟ୍ଟନାୟକ, ବିଶିଷ୍ଟ ଉଦ୍ୟୋଗପତି ଅଜୟ ଅଗ୍ରୱାଲ ପ୍ରମୁଖ ଅତିଥି ଭାବରେ ଯୋଗ ଦେବାକୁ ସଦୟ ସ୍ୱିକୃତୀ ପ୍ରଦାନ କରିଛନ୍ତି ବୋଲି ଅନୁଷ୍ଠାନ ଅଧ୍ୟକ୍ଷ ସଜ୍ଜନ ଶର୍ମା ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା