
ବଲାଙ୍ଗିର, ୨୩ ଏପ୍ରିଲ୍ (ହି.ସ.)- ଭାରତୀୟ ଜନତା ପାର୍ଟି ବଲାଙ୍ଗୀର ଜିଲ୍ଲା ଶାଖା ଆଜି ସର୍କିଟ ହାଉସ ଠାରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ନାରୀ ବନ୍ଦନ ଅଧିନିୟମ ବିଲ ବିଷୟରେ ସାମ୍ବାଦିକ ସମ୍ମିଳନୀରେ କିପରି ଭାବରେ ଲୋକସଭାରେ ନାରୀଶକ୍ତି ବନ୍ଦନ ଅଧିନିୟମ ବିଲ କୁ ବିରୋଧୀ ଦଳମାନେ ବିରୋଧ କଲେ ସେ ବିଷୟରେ ଗଣମାଧ୍ୟମ ଜରିଆରେ ଲୋକଙ୍କ ପାଖକୁ ମେସେଜ ଯିବ ଏହି ସାମ୍ବାଦିକ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ବିଜେପି ପାର୍ଟି ଓ ପ୍ରଧାନ ମନ୍ତ୍ରୀ ନାରୀ ମାନଙ୍କ ପାଇଁ ୩୩ ପରସେଣ୍ଟ ମହିଳା ଆରକ୍ଷଣ ହେଉ ବୋଲି କିନ୍ତୁସବୁ ବିରୋଧୀ ଦଳ ମାନେ ଏହି ବିଲକୁ ବିରୋଧ କଲେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଡ. ଜ୍ୟୋତି ପାଣିଗ୍ରାହି କହିଥିଲେ।
ସାମ୍ବାଦିକ ସମ୍ମିଳନୀ ପାଇଁ ମଞ୍ଚରେ ଆସୀନ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା, ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ, ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଡ. ଜ୍ୟୋତି ପାଣିଗ୍ରାହୀ, ବଲାଙ୍ଗୀର ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ରଞ୍ଜିତା ପାଣିଗ୍ରାହୀ, ବରିଷ୍ଠ ବିଜେପି ନେତ୍ରୀ ପଂକଜିନୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ