ଜନଗଣନା ପାଇଁ ଏସଓପି ଜାରି କଲା ରାଜସ୍ୱ ବିଭାଗ
ଭୁବନେଶ୍ୱର, ୨୩ ଏପ୍ରିଲ (ହି.ସ)- ପ୍ରଥମ ପର୍ଯ୍ୟାୟ ଜନଗଣନା-୨୦୨୭ ପାଇଁ ରାଜସ୍ୱ ବିଭାଗ ଏସଓପି ଜାରି କରିଛି। ଏନେଇ ରାଜସ୍ୱ ବିଭାଗ ସବୁ ଜିଲ୍ଲାପାଳ/ଏସ୍ପି/ ମ୍ୟୁନିସପାଲ୍ କମିଶନରଙ୍କୁ ଚିଠି ଲେଖିଛି। ଜନ ଗଣନାରେ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦ
census


ଭୁବନେଶ୍ୱର, ୨୩ ଏପ୍ରିଲ (ହି.ସ)- ପ୍ରଥମ ପର୍ଯ୍ୟାୟ ଜନଗଣନା-୨୦୨୭ ପାଇଁ ରାଜସ୍ୱ ବିଭାଗ ଏସଓପି ଜାରି କରିଛି। ଏନେଇ ରାଜସ୍ୱ ବିଭାଗ ସବୁ ଜିଲ୍ଲାପାଳ/ଏସ୍ପି/ ମ୍ୟୁନିସପାଲ୍ କମିଶନରଙ୍କୁ ଚିଠି ଲେଖିଛି। ଜନ ଗଣନାରେ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗଣନାକାରୀ/ପର୍ଯ୍ୟବେକ୍ଷକ ସର୍ବଦା ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ। ଫିଲ୍ଡରେ ସେମାନଙ୍କୁ ନିଯୁକ୍ତି ପତ୍ର ମଧ୍ୟ ପାଖରେ ରଖିବାକୁ ପରାମର୍ଶ। ଯଦି କେହି ଧମକ ଚମକ ଦିଅନ୍ତି ତାହେଲେ ଇ ଆଣ୍ଡ ଏସ୍ ହସ୍ତକ୍ଷେପ କରିବେ। ଦରକାର ପଡ଼ିଲେ ତୁରନ୍ତ ସ୍ଥାନ ଛାଡ଼ି ପରେ ସୁରକ୍ଷା ଭିତରେ ପୁଣି ଯିବେ।

ଇ ଆଣ୍ଡ ଏସ୍ ର ନାମ ଏବଂ ଯୋଗାଯୋଗ ବିବରଣୀ ସମ୍ପୃକ୍ତ ଥାନାକୁ ସୁଚିତ କରିବେ। ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ଅଂଚଳରେ ଜଣେ ପୋଲିସ କର୍ମଚାରୀ ଯିବେ। ଜନଗଣନାକୁ ଯିବା ବେଳେ ସ୍ଥାନୀୟ ମୁରବୀମାନଙ୍କ ସହଯୋଗ ନେଇପାରିବେ। ବାଧା ସୃଷ୍ଟି କଲେ ୧୯୪୮ ଜନଗଣନା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦୋଷୀ ସାବ୍ୟସ୍ତ ହେଲେ ଜରିମାନା, ଏପରିକି ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମଧ୍ୟ ହୋଇପାରେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande