ଚାହାଁର ମଞ୍ଜିର ଅଭାବୀ ବିକ୍ରି ଅଭିଯୋଗ
ନୂଆପଡ଼ା, ୨୩ ଏପ୍ରିଲ (ହି.ସ.)- ନୂଆପଡ଼ା ଜିଲ୍ଲାର ବଣପାହାଡ଼ ଘେରା ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ଡୋଙ୍ଗରିଆ ଲୋକମାନେ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ। ସେହି ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟରୁ ଚାହାଁର ମଞ୍ଜି ଅନ୍ୟତମ । ଆଦିବାସୀମାନେ ଚାହାଁର ମଞ୍ଜିର ଅଭାବୀ ବିକ୍ରିର ଶିକାର ହୋଇ କମ୍ ମୂ
Chahar manji abhabi bikri


ନୂଆପଡ଼ା, ୨୩ ଏପ୍ରିଲ (ହି.ସ.)- ନୂଆପଡ଼ା ଜିଲ୍ଲାର ବଣପାହାଡ଼ ଘେରା ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ଡୋଙ୍ଗରିଆ ଲୋକମାନେ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ। ସେହି ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟରୁ ଚାହାଁର ମଞ୍ଜି ଅନ୍ୟତମ । ଆଦିବାସୀମାନେ ଚାହାଁର ମଞ୍ଜିର ଅଭାବୀ ବିକ୍ରିର ଶିକାର ହୋଇ କମ୍ ମୂଲ୍ୟରେ ଦଲାଲମାନଙ୍କ ପାଖରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଯାହାଫଳରେ ଏହି ସରଳ ଆଦିମ ଜନଜାତି ଲୋକମାନଙ୍କ ଜୀବନ ଜୀବିକାରେ ବାଧା ଦେଖାଦେଇଛି। ନୂଆପଡ଼ା ଜିଲ୍ଲାର ପୁରପଲ୍ଲୀରେ ଏବେ ଚାହାଁର ବାସ୍ନା ଚହଟି ଯାଇଛି। ସକାଳୁ ସକାଳୁ ଚାହାଁର ଗଛଥିବା ପରିବାରର ଲୋକେ ଚାହାଁର ଗଛକୁ ଚଢି ଚାହାଁର ଗୋଟାଇବା ପାଇଁ ପ୍ରତିଦିନ ନିକଟସ୍ଥ ଜଙ୍ଗଲକୁ ଯାଆନ୍ତି। ବୈଶାଖ ମାସରେ ଚାହାଁର ମଞ୍ଜି ସଂଗ୍ରହ କରିଥାନ୍ତି। ଚାହାଁର ମଞ୍ଜିକୁ ସଂଗ୍ରହ କରି ପଥର ଚଟାଣରେ ଶୁଖାଇ ବିକ୍ରି କରି ନିଜର ତେଲ ଲୁଣର ସଂସାର ଚଳାଇଥାନ୍ତି । ହେଲେ ସରକାରଙ୍କ ପକ୍ଷରୁ ଏହାକୁ ବିକ୍ରି କରିବା ପାଇଁ ଏ ଯାଏଁ ଦର ଧାର୍ଯ୍ୟ ହୋଇନାହିଁ । ଫଳରେ ଏହି ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଜିଲ୍ଲାର ଉପରପିଟା, ଲାଞ୍ଜି, କରନଡବା, ମହୁଲପଡ଼ା, ବେଲପଡ଼ା, ମନ୍ତ୍ରୀତରାଇ, ଦାବରୀ, ରାଣିମୁଣ୍ଡା, କମ୍ପାନୀଗୁମା, ବିକ୍ରମପୁର, କିରକିଟା, କୋଦାଲଡୁଙ୍ଗରୀ, କାଟଫାର, ଭଇସାଦାନୀ, ପାଟଧରା, ସିଆଲିପଡ଼ା, ସିଆଲଲଟି, ରେଢ଼ାମାଲ, ପେନଲାପଡ଼ା, ରୁଣ୍ଡି ସହ ଗ୍ରାମାଞ୍ଚଳର ଲୋକେ ଚାହାଁର ମଞ୍ଜି ତୋଳି ଅଭାବି ବିକ୍ରିର ଶିକାର ହେଉଛନ୍ତି । ସେମାନେ କିଲୋ ପ୍ରତି ୮୦ରୁ ୧୦୦ ଟଙ୍କା ଦରରେ ଦଲାଲ ପାଖରେ ବିକ୍ରି କରି ଦେଉଛନ୍ତି । ସେହି ଚାହାଁର କିଲୋ ପ୍ରତି ହାରାହାରି ୨୦୦ ରୁ ଅଧିକ ଟଙ୍କା ଦରରେ ବିକ୍ରୟ ହେବା ଉଚିତ ।

ଅପରପକ୍ଷେ ରାଜ୍ୟ ସରକାର ମଧ୍ୟ ରାଜସ୍ବ ହରାଉଛନ୍ତି। ଏହି ଚାହାଁର ମଞ୍ଜି ଦ୍ବାରା ବିଭିନ୍ନ ମୂଲ୍ୟବାନ ଦ୍ରବ୍ୟ ପ୍ରସ୍ତୁତ ହୋଇଥାଏ। ବଣପାହାଡ଼ ଘେରା ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ପାଇଁ ଏହା ଅର୍ଥ ଉପାର୍ଜନ କରିବାର ବାଟ ଅଟେ । ପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ଚାହାଁର ମଞ୍ଜିର ଉଚିତ ମୂଲ୍ୟ ନିଦ୍ଧାରଣ କରିବାର ଆବଶ୍ୟକତା ଥିବା ମତପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande