
ଜୟପୁର, ୨୩ ଏପ୍ରିଲ୍ (ହି.ସ.) - ଜୟପୁର ସଦର ଥାନା ଅନ୍ତର୍ଗତ ନିଳାଗୁଡା ଜଙ୍ଗଲରେ ଆଜି ଅବକାରି ଚଢାଉ ହୋଇଛି । ଦେଶି ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୂଚନା ପାଇ ଜୟପୁର ଅବକାରି ଥାନା ଚଢାଉ କରିଛି । ଚଢାଉ ସୁଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ବହୁ ମଦ ଭାଟି ଭାଙ୍ଗିବା ସହ ୨୧ ଶହ ଲିଟର ପୋଚ ଜବତ କରି ନଷ୍ଟ କରିଛି । ମଦ ରନ୍ଧା ସରଞ୍ଜାମ ଡ୍ରମ ଆଦିକୁ ଜବତ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୁଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି