ଗୋ ସେବକ ଲମ୍ବୁ ଭାଇଙ୍କୁ ମେଡିକାଲରେ ସାକ୍ଷାତ କଲେ ଭଦ୍ରକ ବିଧାୟକ ସୀତାଂଶୁ
ଭଦ୍ରକ, ୨୩ ଅପ୍ରେଲ (ହି.ସ.) - ଆଜି ହାଇଟେକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଗୋସେବକ ଲମ୍ଭୁ ଭାଇଙ୍କୁ ସାକ୍ଷାତ କରି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଲେ ଭଦ୍ରକର ବିଧାୟକ ସୀତାଂଶୁ ସେଖର ମହାପାତ୍ର। ଏହି ଦୁଃଖଦ ଓ ସଙ୍କଟମୟ ସମୟରେ ସେ ଲମ୍ଭୁ ଭାଇଙ୍କ ପରିବାରବର୍ଗଙ୍କ ସହ ମଧ୍ୟ ଆଲୋ
GO SEBAK LAMBU BHAI  MEET BHADRAK MLA


ଭଦ୍ରକ, ୨୩ ଅପ୍ରେଲ (ହି.ସ.) - ଆଜି ହାଇଟେକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଗୋସେବକ ଲମ୍ଭୁ ଭାଇଙ୍କୁ ସାକ୍ଷାତ କରି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଲେ ଭଦ୍ରକର ବିଧାୟକ ସୀତାଂଶୁ ସେଖର ମହାପାତ୍ର। ଏହି ଦୁଃଖଦ ଓ ସଙ୍କଟମୟ ସମୟରେ ସେ ଲମ୍ଭୁ ଭାଇଙ୍କ ପରିବାରବର୍ଗଙ୍କ ସହ ମଧ୍ୟ ଆଲୋଚନା କରି ସାହସ ଓ ଆଶ୍ୱାସନ ଯୋଗାଇଥିଲେ। ଏଥି ସହିତ ହସ୍ପିଟାଲ କୠର୍ୃପକ୍ଷ ଓ ଡାକ୍ତର ଦଳଙ୍କ ସହ ବିସ୍ତୃତ ଆଲୋଚନା କରି ଲମ୍ଭୁ ଭାଇଙ୍କୁ ସର୍ବୋୠମ ଓ ଶୀଘ୍ରତମ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଥାଉକି ଦୁର୍ଭାଗ୍ୟବଶତଃ ତାଙ୍କର ଗୋଟିଏ ହାତ ସମ୍ପୂର୍ଣ୍ଣ କଟାଯାଇଥିବା ସତ୍ୱେ ମଧ୍ୟ ଆଗାମୀ ଦିନରେ ଆହୁରି ତିନୋଟି ଜଟିଳ ଅସ୍ତ୍ରୋପଚାର କରାଯିବ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande