ଜମି ବିବାଦକୁ ନେଇ ହତ୍ୟାକାଣ୍ଡ
ଗଂଜାମ, 23 ଏପ୍ରିଲ୍ (ହି.ସ.) ପ୍ଳଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାରେ ଜମି ବିବାଦ ରହିଥିବା କୁହାଯାଉଥିବା ବେଳେ ସୁଧୀରଙ୍କ ଝିଆରୀର ପ୍ରେମିକ ମଧ୍ୟ ଗିରଫ ହୋଇଥିବା ଜଣାପଡିଛି । ବର୍ତ୍ତମାନ ପୁଲିସ କବଜାରେ ଗାଙ୍ଗପୁର ଥାନା କାଳିଆଗୁଡ଼ ଅଞ୍ଚଳର କାଳୁ ଚରଣ ପ୍ରଧାନ, ହିଂଜିଲିଥାନା ଅଞ୍ଚଳର ଶୁଭମ
ଜମି ବିବାଦକୁ ନେଇ ହତ୍ୟାକାଣ୍ଡ


ଗଂଜାମ, 23 ଏପ୍ରିଲ୍ (ହି.ସ.)

ପ୍ଳଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାରେ ଜମି ବିବାଦ ରହିଥିବା କୁହାଯାଉଥିବା ବେଳେ ସୁଧୀରଙ୍କ ଝିଆରୀର ପ୍ରେମିକ ମଧ୍ୟ ଗିରଫ ହୋଇଥିବା ଜଣାପଡିଛି । ବର୍ତ୍ତମାନ ପୁଲିସ କବଜାରେ ଗାଙ୍ଗପୁର ଥାନା କାଳିଆଗୁଡ଼ ଅଞ୍ଚଳର କାଳୁ ଚରଣ ପ୍ରଧାନ, ହିଂଜିଲିଥାନା ଅଞ୍ଚଳର ଶୁଭମ ନାୟକ, ଶୁଭମ ଗୌଡ଼ ଓ ଜିତୁନ୍ ପଳେଇ ସହ ୮ରୁ ଉର୍ଦ୍ଧ୍ବ ଜଣ ରହିଥିବା ଜଣାପଡ଼ିଛି । ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି । ଝିଆରୀର ପ୍ରେମିକ ଗିରଫ ହେବା ପରେ ଏହି ଘଟଣାର ନୂଆ ମୋଡ଼ ନେବ ବୋଲି ଶୁଣିବାକୁ ମିଳୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande