ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଜଣେ ଅଟକ
ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଜଣେ ଅଟକ
ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଜଣେ ଅଟକ


ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଜଣେ ଅଟକ


ସମ୍ବଲପୁର, ୨୩, ଏପ୍ରିଲ୍ (ହି.ସ.)

ଟାଉନଥାନା ଅନ୍ତର୍ଗତ ହିନ୍ଦି ସ୍କୁଲ ଗଳି ଭିତରେ ଆଜି ଦିନ ଦ୍ବିପହରର ନିଜ ଘର ସାମ୍ନାରେ ଜନୈକ ଯୁବକଙ୍କୁ କେତେକ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି । ଏଭଳି ଆକ୍ରମଣର ସୁରାକ୍ ମିଳିବା ମାତ୍ରେ ଟାଉନ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିବା ସହ ଜଣେ ସନ୍ଦିଗ୍ଧକୁ ଥାନାକୁ ନେଇ ପଚରାଉଚରା କରୁଥିବା ଜଣାପଡ଼ିଛି । ସୂଚନାନୁଯାୟୀ ହିନ୍ଦିସ୍କୁଲ ଗଳିର ଚନ୍ଦନ କୁମାର ସାହୁ ନାମକ ଜଣେ ଯୁବକଙ୍କ ଘର ସମ୍ମୁଖରେ କେତେକ ଅଜଣା ଯୁବକଙ୍କ ଉପସ୍ଥିତି ଦେଖି ଏଠାରେ ଠିଆ ହେବାର କାରଣ ପଚାରିଥିଲେ । ମାତ୍ର ଦୁର୍ବୃତ୍ତ ମାନେ ଚନ୍ଦନଙ୍କ ପ୍ରଶ୍ନର କୌଣସି ଉତ୍ତର ଦେବା ପରିବର୍ତ୍ତେ ହଠାତ୍ ଏକ ଶାଣିତ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଏହି ଆକ୍ରମଣରେ ଚନ୍ଦନଙ୍କ ବାମ ହାତରେ ଗଭୀର କ୍ଷତ ହୋଇ ରକ୍ତାକ୍ତ ହୋଇ ତଳେ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଟାଉନଥାନା ପୋଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ କରିଥିଲେ ମଧ୍ୟ କୌଣସି ସୁରାକ୍ ମିଳିନଥିଲା। ତଥାପି ଜଣେ ସନ୍ଦିଗ୍ଧକୁ ଧରି ଥାନାକୁ ନେଇ ପଚରାଉଚରା କରୁଥିବା ଜଣାପଡ଼ିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande