୨୪ ଓ ୨୫ରେ ରାଜ୍ୟର ସମସ୍ତ ଜିଲ୍ଲାରେ ମହିଳା ଆକ୍ରୋଶ ସମ୍ମିଳନୀ କରିବ ବିଜେପି
ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପ୍ରସଙ୍ଗ ଭୁବନେଶ୍ୱର, ୨୩ ଏପ୍ରିଲ (ହି.ସ)- ନାରୀଶକ୍ତି ବନ୍ଦନ ଅଧିନିୟମ ସଂସଦରେ ପାରିତ ନହୋଇପାରିବା ପ୍ରତିବାଦରେ ତଥା ମହିଳାମାନଙ୍କ ଆକ୍ରୋଶକୁ ସମ୍ମାନ ଓ ସମର୍ଥନ ଜଣାଇ ଭାରତୀୟ ଜନତା ପାର୍ଟି ତରଫରୁ ଗତକାଲି ରାଜଧାନୀ ଭୁବନେଶ୍ୱରରେ ଗତକାଲି ବିଶାଳ “ଜନ ଆକ୍ରୋଶ
iuo


ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପ୍ରସଙ୍ଗ

ଭୁବନେଶ୍ୱର, ୨୩ ଏପ୍ରିଲ (ହି.ସ)- ନାରୀଶକ୍ତି ବନ୍ଦନ ଅଧିନିୟମ ସଂସଦରେ ପାରିତ ନହୋଇପାରିବା ପ୍ରତିବାଦରେ ତଥା ମହିଳାମାନଙ୍କ ଆକ୍ରୋଶକୁ ସମ୍ମାନ ଓ ସମର୍ଥନ ଜଣାଇ ଭାରତୀୟ ଜନତା ପାର୍ଟି ତରଫରୁ ଗତକାଲି ରାଜଧାନୀ ଭୁବନେଶ୍ୱରରେ ଗତକାଲି ବିଶାଳ “ଜନ ଆକ୍ରୋଶ ମହିଳା ପଦ ଯାତ୍ରା” ଆୟୋଜନ କରାଯାଇଥିଲା । ସେହିପରି ଏପ୍ରିଲ ୨୪ ଓ ୨୫ ତାରିଖ ଦିନ ରାଜ୍ୟର ସମସ୍ତ ସାଂଗଠନିକ ଜିଲ୍ଲାରେ ମହିଳା ଆକ୍ରୋଶ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ଚର୍ଯ୍ୟା ବିଶ୍ୱାଳ କହିଛନ୍ତି ।

ଡା. ବିଶ୍ୱାଳ କହିଛନ୍ତି ଯେ ମହିଳାମାନଙ୍କୁ ଅଧିକାରରୁ ବଂଚିତ କରିବା ପାଇଁ ସଂସଦରେ ଏହି ଅଧିନିୟମ ବିରୋଧରେ କଂଗ୍ରେସ ସମେତ ଡିଏମ୍କେ, ଟିଏମ୍ସି, ସମାଜବାଦୀ ପାର୍ଟି ଓ ଆମ ଆଦମୀ ପାର୍ଟି ପ୍ରମୁଖ ଭୋଟ ଦେଇଥିବାବେଳେ ବିଜେଡି ସେମାନଙ୍କୁ ସମର୍ଥନ ଜଣାଇଥିଲା । ଏହି ବିରୋଧୀମାନେ ମହିଳାମାନଙ୍କ ଉନ୍ନତି ଓ ପ୍ରଗତି ଚାହୁଁ ନ ଥିବା ଦେଶବାସୀ ଜାଣିସାରିଲେଣି । ଓଡ଼ିଶାର ମହିଳାମାନେ ଏହାକୁ କେବେବି କ୍ଷମା ଦେବେ ନାହିଁ । ଏନେଇ ପାର୍ଲିଆମେଂଟରୁ ପଂଚାୟତ ପର୍ଯ୍ୟନ୍ତ ଚାଲିଥିବା ଆନ୍ଦୋଳନ ଆଗକୁ ମଧ୍ୟ ଜାରି ରହିବ । ରାଜ୍ୟର ପ୍ରତ୍ୟେକ ସାଙ୍ଗଠାନିକ ଜିଲ୍ଲାରେ ମହିଳା ଆକ୍ରୋଶ ସମ୍ମିଳନୀ ଆୟୋଜନ କରାଯାଇ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳଗୁଡିକର ମହିଳା ବିରୋଧୀ ଚେହେରାକୁ ଲୋକଲୋଚନକୁ ଅଣାଯିବ । ଏଥିରେ ପ୍ରତ୍ୟେକ ସାଂଗଠାନିକ ଜିଲ୍ଲାରେ ୫ ହଜାରରୁ ଊର୍ଦ୍ଧ୍ୱ ମହିଳା ଯୋଗଦେଇ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳଗୁଡିକ ଦ୍ୱାରା ମହିଳାମାନଙ୍କ ପ୍ରତି କରାଯାଇଥିବା ଅନ୍ୟାୟର ପ୍ରତିବାଦ କରିବେ । ମହିଳାମାନଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଦେବା ପାଇଁ ଜିଲ୍ଲାରୁ ମଣ୍ଡଳ ଓ ବୁଥସ୍ତର ପର୍ଯ୍ୟନ୍ତ ବିଜେପି ଲଢ଼େଇ ଜାରି ରଖିବ । ରାଜ୍ୟର ପ୍ରତି ସାଂଗଠାନିକ ଜିଲ୍ଲାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମାଜର ସବୁ ବର୍ଗର ମହିଳାମାନେ ବହୁ ସଂଖ୍ୟାରେ ସାମିଲ ହେବାକୁ ଡା. ବିଶ୍ୱାଳ ଅନୁରୋଧ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟ ସମ୍ପାଦିକା ଶ୍ରୀମତୀ ନିୟତି ଗିରି, ପୂର୍ବଚନ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ଜୟନ୍ତୀ ପଢ଼ିଆରୀ ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande