ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର
ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର
ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର


ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର


ସମ୍ବଲପୁର, ୨୩, ଏପ୍ରିଲ୍ (ହି.ସ.)

ଆଜି ପୂର୍ବାହ୍ନ ୯ଟା ବେଳେ ଜାତୀୟ ରାଜପଥର ପଲଟନଡେରା ଛକ ନିକଟ ଏକ ବ୍ରିଜ୍ ତଳୁ ଜଣେ ଯୁବକଙ୍କ ମୃତଦେହ ଯୁଯୁମରା ଥାନା ପୋଲିସ ଜବତ କରିଥିବା ଜଣାପଡିଛି । ମୃତକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ହୋଇନଥିବା ଯୋଗୁଁ ପୋଲିସ ବହୁ କସରତ କରିଥିଲା । ତେବେ ଶବ ଚିହ୍ନଟରେ ମୃତକ ଜଣଙ୍କ ବୁର୍ଲା ଥାନା ଅନ୍ତର୍ଗତ ସତୁପାଲି ଗ୍ରାମର ବୋଲି ଜଣା ପଡ଼ିଥିଲା । ସେ ଜଣେ ମାନସିକ ଭିନ୍ନକ୍ଷମ ହୋଇଥିବା ବେଳେ ଗତ ଦୁଇ ଦିନ ଧରି ଘରୁ ନିଖୋଜ ରହିଥିଲା ବୋଲି ଜଣାପଡ଼ିଛି । ମୃତକ ଜଣକ ଏକ ଜିନ୍ସ ପ୍ୟାଣ୍ଟ ଓ ଧଳା ଗଞ୍ଜି ପିନ୍ଧିଥିବା ଦେଖାଯାଇଛି । ଯୁଯୁମୁରା ଥାନା ପୋଲିସ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande