ଚମ୍ପୁଆ ପୋଲିସର ଚଢଉ : ବ୍ୟାପକ ବିଦେଶୀ ମଦ ଜବତ, ୨ ଗିରଫ
ଚମ୍ପୁଆ, ୨୩ ଏପ୍ରିଲ୍ (ହି.ସ.)- ଚମ୍ପୁଆ ଥାନା ପକ୍ଷରୁ ଚମ୍ପୁଆର ବିଭିନ୍ନ ସ୍ଥାନରେ ଚଢଉ କରି ୨ ଜଣଙ୍କୁ ଗିରଫ କରାଯାଇଛି । ବ୍ୟାପକ ବିଦେଶୀ ମଦ ଜବତ କରିବା ସହିତ ସେମାନଙ୍କ ନିକଟରୁ ୨ ଗୋଟି ଗାଡି ଗୋଟିଏ ମୋଟର ସାଇକେଲ ଓ ଗୋଟିଏ ବୋଲେରୋ ଜବତ କରାଯାଇଥିବା ଜଣାପଡିଛି । ଅଭିଯୁକ୍ତ ମାନେ ହେଲେ ଚମ୍ପୁଆ
ଚମ୍ପୁଆ ପୋଲିସର ଚଢଉ : ବ୍ୟାପକ ବିଦେଶୀ ମଦ ଜବତ, ୨ ଗିରଫ


ଚମ୍ପୁଆ, ୨୩ ଏପ୍ରିଲ୍ (ହି.ସ.)- ଚମ୍ପୁଆ ଥାନା ପକ୍ଷରୁ ଚମ୍ପୁଆର ବିଭିନ୍ନ ସ୍ଥାନରେ ଚଢଉ କରି ୨ ଜଣଙ୍କୁ ଗିରଫ କରାଯାଇଛି । ବ୍ୟାପକ ବିଦେଶୀ ମଦ ଜବତ କରିବା ସହିତ ସେମାନଙ୍କ ନିକଟରୁ ୨ ଗୋଟି ଗାଡି ଗୋଟିଏ ମୋଟର ସାଇକେଲ ଓ ଗୋଟିଏ ବୋଲେରୋ ଜବତ କରାଯାଇଥିବା ଜଣାପଡିଛି । ଅଭିଯୁକ୍ତ ମାନେ ହେଲେ ଚମ୍ପୁଆ ଥାନା ମୁକୁନ୍ଦପୁର ଗ୍ରାମର ବାବାଜୀ ବେହେରାଙ୍କ ପୁଅ ମୁକେଶ ବେହେରା (୨୧) ଏବଂ ମୟୂରଭଞ୍ଜ ଜିଲା ଘାଗରବେଡା ଥାନା ବୁରୁହାତୁ ଗ୍ରାମର ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ପୁଅ ଅଶୋକ କୁମାର ବେହେରା ବୋଲି ଜଣାପଡିଛି । ଏ ସମ୍ୱନ୍ଧରେ ଚମ୍ପୁଆ ଥାନା କେସ ନଂ ୧୫୦/୨୬ ଏବଂ ୧୫୧/୨୬ ଓଡିଶା ଅବକାରୀ ଆଇନ ଧାରା ୫୨(ଏ)(ଆଇ) ମାମଲା ରୁଜୁ କରାଯାଇଛି । ସେମାନଙ୍କ ନିକଟରୁ ୭୨ଲିଟର ୬୦୦ ମିଲିଲିଟର ମଦ ଏବଂ ୨ ଗୋଟି ଗାଡି ଗୋଟିଏ ହୋଣ୍ଡା ସାଇନ ଗାଡିନଂ ଜେଏଚ୦୬କ୍ୱୁ୮୪୫୮ ଏବଂ ଗୋଟିଏ ବୋଲେରୋ ଗାଡି ନଂ ଓଆର୦୯କେ୩୨୫୫ ବୋଲି ଜଣାପଡିଛି ।

ଚମ୍ପୁଆ ଥାନା ଆଇଆଇସି ସ୍ୱରୂପ ରଞ୍ଜନ ନାୟକଙ୍କ ନିର୍ଦ୍ଦେଶ କ୍ରମେ ମୋବାଇଲ ଷ୍ଟାଫ ନିରଞ୍ଜନ ବେହେରାଙ୍କ ସହିତ ହାବିଲଦାର ଲକ୍ଷ୍ମୀଧର ସେଠୀ ଓ କନେଷ୍ଠବଳ ସସ୍ମିତା ପ୍ରଧାନ, ଦେବସ୍ମିତା ରାଉତ, ଓଏପିଏଫ ଦେବାନନ୍ଦ ମୁଣ୍ଡା, ଦିବ୍ୟସିଂ ପ୍ରଧାନ ଏବଂ ହୋମଗାର୍ଡ ଗୌତମ ବୈଦ୍ୟ ଏହି ଚଢଉରେ ସାମିଲ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande